ପତଳା କେଶକୁ ନେଇ ଚିନ୍ତିତ କି ! ଘନ କେଶ ପାଇଁ କିଛି ପ୍ରାକୃତିକ ଉପଚାର ବିଷୟରେ ଜାଣନ୍ତୁ . . . . .
ଘନ କେଶରେ କିଛି ବି କେଶ ବିନ୍ୟାସ ସୁନ୍ଦର ଲାଗେ । ଘନ ଓ ସୁନ୍ଦର କେଶ ପାଇବା ପାଇଁ କିଏ ବା ନ ଚାହେଁ । ଘନ କେଶ ସୁନ୍ଦରତାକୁ ମଧ୍ୟ ବଢ଼ାଏ । ଅନ୍ୟପଟେ ରୁକ୍ଷ ଓ ପତଳା କେଶ ଆପଣଙ୍କ ଲୁକକୁ ଖରାପ କରିଦିଏ । ତେବେ ଦୁର୍ଭାଗ୍ୟବଶତଃ ଆମ ମାନଙ୍କ ଭିତରୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏପରି ରୋଗର ଶିକାର ଅଛନ୍ତି । ଆଜିକାଲି କେଶ ପତଳା ହେବା ଏକ ସାଧାରଣ ସମସ୍ୟା ହୋଇଗଲାଣି ।
ଏମିତି ଅନେକ କାରଣ ଅଛି ଯାହା କେଶ ପଳତା ହେବା ପାଇଁ ଦାୟୀ । ଭିଟାମିନର ମାତ୍ରା କମ୍, କେଶର ଉପଯୁକ୍ତ ଧ୍ୟାନ ନେଦେବା, ଷ୍ଟାଇଲ ପାଇଁ ହିଟ୍ ଟୁଲର ବ୍ୟବହାର କରିବା ଓ ପ୍ରଦୂଷିତ ବାୟୁ ସଂସ୍ପର୍ଷରେ ଆସି କେଶ ପତଳା ହେବାରେ ଲାଗିଥାଏ । ସବୁଠାରୁ ଭଲ ଗରୁତ୍ୱପୂର୍ଣ୍ଣ କଥା ହେଲା ଏହିି ସମସ୍ୟା ଥିଲେ ଖୁବ ଶୀଘ୍ର ଉପଚାର କରିବା ଜରୁରୀ । ଏବଂ ସବୁଠାରୁ ଭଲ କଥା ହେଲା ଏଥିପାଇଁ ପ୍ରାକୃତିକ ଉପଚାର ଅଧିକ ଗୁଣକାରୀ । ଘନ କେଶ ପାଇଁ କିଛି ପ୍ରାକୃତିକ ଉପଚାର ବିଷୟରେ ଜାଣନ୍ତୁ . . . . .
୧. ଅଣ୍ଡା :
ଅଣ୍ଡାର ଧଳା ଅଂଶକୁ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ମହଜୁଦ ଥାଏ । ଯାହା କେଶକୁ ଘନ କରେ ଏବଂ କେଶ ବୃଦ୍ଧି କରିରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଅଣ୍ଡାର ଧଳା ଅଂଶକୁ ନେଇ ମୁଣ୍ଡରେ ଲଗାନ୍ତୁ । ଅଳ୍ପ ଉଷୁମ ପାଣିରେ ସାମ୍ପୋ କରନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣ ଫରକ ଅନୁଭବ କରିପାରିବେ ।
୨. ମେଥି :
ମେଥି କେଶ ପାଇଁ ବୃଦ୍ଧି କରିବାରେ ସହୟକ ହୋଇଥାଏ । ଏହା କେଶକୁ ଘନ କରିବାରେ ମଧ୍ୟ ସାହାଯ୍ୟ କରେ । ମୁଠାଏ ମେଥି ନେଇ ଏକ ପାତ୍ରରେ ଭିଜାଇ ରଖନ୍ତୁ । ୫-୬ ଘଂଟା ପରେ ଏହାକୁ ବାଟି ଦିଅନ୍ତୁ । ଏହି ପେଷ୍ଟକୁ ତ୍ୱଚାରେ ଲଗାନ୍ତୁ ଏବଂ ଏକ ଘଂଟା ପର୍ଯ୍ୟନ୍ତ ରଖନ୍ତୁ । ପରେ ଅଳ୍ପ ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ । ଏହି ଉପଚାର ସପ୍ତାହକୁ ୨-୩ ଥର କରନ୍ତୁ, ଯାହାଦ୍ୱାରା କେଶ ଘନ ଦେଖାଯିବ ।
୩. ଅଁଳା ରସ :
ଅଁଳା ରସ ମଧ୍ୟ କେଶ ପାଇଁ ବେଶ ଗୁଣକାରୀ । ଏହା କେବଳ କେଶଖୁ ଘନ କରେ ନାହିଁ କେଶର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଏ । କେଶ ମୂଳରେ ଅଁଳା ରସ ଲଗାନ୍ତୁ ଏବଂ ଅଳ୍ପ ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ । କେଶଶୁ ଘନ କରିବା ପାଇଁ ସପ୍ତାହକୁ ଥରେ ଏପରି ପ୍ରୟୋଗ କରନ୍ତୁ ।
୪. ଘିକୁଆଁରୀ :
ଘିକୁଆଁରୀ ଏକ ଔଷଧୀୟ ବୃକ୍ଷ । ଘିଅକୁଆରୀର ଔଷଧୀୟ ଗୁଣ ଅପାଣଙ୍କ କେଶକୁ ଘନ କରିବାରେ ସାହଯ୍ୟ କରେ । ଏହି ଜେଲକୁ କେଶ ମୂଳେ ଲଗାନ୍ତୁ ଓ ଅଧା ଘଂଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ତା’ପରେ ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ । ପତଳା କେଶ ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହି ଉପଚାର ଆପଣାନ୍ତୁ ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବର ଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।

