ଡା. ରମାରମଣ ମହାନ୍ତି ହେଲେ ନୂଆ ଡିଏମଇଟି
ଭୁବନେଶ୍ୱର : ପ୍ରଫେସର ଡା. ରମାରମଣ ମହାନ୍ତି ହେଲେ ନୂଆ ଡିଏମଇଟି । ଡା.ସିବିକେ ମହାନ୍ତିଙ୍କ ସ୍ଥାନରେ ରମାରମଣ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୩୧ ଅକ୍ଟୋବର ଠାରୁ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ବର୍ତମାନ ଡା. ରମାରମଣମହାନ୍ତି ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲ ର ଡିନ୍ ତଥା ପ୍ରିନ୍ସିପାଲ ଭାବେ କାର୍ଯ୍ୟରତ ଅଛନ୍ତି ।
ଏସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଇନଚାର୍ଜ ପ୍ରିନ୍ସିପାଲ ପ୍ରଫେସର ଡା. ରମାରମଣ ମହାନ୍ତିଙ୍କୁ ରାଜ୍ୟ ଡିଏମଇଟି ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେ ୩୧ତାରିଖ ଅପରାହ୍ନରୁ ଏହି ଦାୟିତ୍ୱ ତୁଲାଇବେ। ସୂଚନା ଯେ, ଡାକ୍ତର ସିବିକେ ମହାନ୍ତି ୨୦୧୯ ନଭେମ୍ବର ୪ତାରିଖରେ ରାଜ୍ୟ ଡିଏମଇଟି ଭାବେ ନିଯୁକ୍ତି ପାଇଥିଲେ। ଆସନ୍ତା ୩୧ତାରିଖରେ ସେ ସରକାରୀ ଚାକିରିରୁ ଅବସର ନେବେ।
