ଏହି ୫ଟି ସେୟାର ନିବେଶ ଆପଣଙ୍କୁ କରିପାରେ ଧନୀ
ନୂଆଦିଲ୍ଲୀ : ବ୍ରୋକରେଜ ସଂସ୍ଥା ମୋତିଲାଲ୍ ଓସୱାଲ୍ ରିଅଲିଟି ସେକ୍ଟରର ପାଞ୍ଚଟି ଷ୍ଟକ୍ ଉପରେ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ନିବେଶକମାନେ ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ଷ୍ଟକ ଗୁଡିକରୁ ପ୍ରାୟ ୨୨% ଲାଭ ପାଇପାରିବେ ।
ମୋତିଲାଲ ଓସୱାଲ ନିବେଶକମାନଙ୍କୁ ଗୋଡ୍ରେଜ ପ୍ରପର୍ଟିଜରେ ଟଙ୍କା ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ବର୍ଷରେ ଏହି ଷ୍ଟକ୍ ୨୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଶୁକ୍ରବାର ଦିନ, ଏହା ୧.୧୬ ପ୍ରତିଶତ ବୃଦ୍ଧି ହେବା ସହିତ ସହିତ ଏନଏସଇ ରେ ୧,୫୫୫ ଟଙ୍କାରେ ବନ୍ଦ ହୋଇଛି। ବ୍ରୋକରେଜ ପକ୍ଷରୁ ଏହାର ଲକ୍ଷ୍ୟ ମୂଲ୍ୟ ୧,୯୧୫ ହେବା ନେଇ ଅନୁମାନ କରାଯାଇଛି ।
ମାକ୍ରୋଟେକ୍ ଡେଭଲପର୍ସଙ୍କ ସେୟାରରେ ଟଙ୍କା ବିନିଯୋଗ କରିବା ପାଇଁ ମୋତିଲାଲ ଓସୱାଲ ମଧ୍ୟ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଏହାର ଷ୍ଟକ୍ ଭବିଷ୍ୟତରେ ୮୫୦ ଟଙ୍କା ପର୍ଯ୍ୟନ୍ତ ଛୁଇଁପାରେ । ଶୁକ୍ରବାର ଦିନ ଏହି ଅଂଶ ଏନଏସଇ ରେ ୭୯୫.୧୦ ଟଙ୍କା ଛୁଇଁବା ସହିତ ବନ୍ଦ ହୋଇଛି ।
ମୋତିଲାଲ ଓସୱାଲରଙ୍କ ଟପ୍ କମ୍ପାନୀ ମଧ୍ୟରେ ରହିଛି ଶୋଭା ଲିମିଟେଡ୍ । ବ୍ରୋକରେଜ ଏହି ଷ୍ଟକକୁ ନେଇ ପୂର୍ବାନୁମାନ କରିଛନ୍ତି । ଭବିଷ୍ୟତରେ ଏହାର ମୂଲ୍ୟ ୭୫୦ ଟଙ୍କା ହୋଇପାରେ । ଶୁକ୍ରବାର ଦିନ ଶୋଭା ଲିମିଟେଡର ସେୟାର ମୂଲ୍ୟ ପ୍ରାୟ ଚାରି ପ୍ରତିଶତ ବୃଦ୍ଧି ପାଇଥିଲା । ଏଥି ସହିତ ଏନଏସଇରେ ୭୦୧.୧୦ ଟଙ୍କାରେ ବନ୍ଦ ହୋଇଯାଇଥିଲା ।
ପ୍ରେଷ୍ଟିଜ୍ ଏଷ୍ଟେଟ୍ ପ୍ରୋଜେକ୍ଟକୁ ନେଇ ବ୍ରୋକରେଜ ପୂର୍ବାନୁମାନ କରିଛନ୍ତି । ଏହି ଅଂଶରେ ଅର୍ଥ ବିନିଯୋଗ କରିବା ପାଇଁ ନିବେଶକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ରିଅଲିଟି ସେୟାରର ଧାର୍ଯ୍ୟ ମୂଲ୍ୟ ୭୦୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଶୁକ୍ରବାର ଦିନ ପ୍ରେଷ୍ଟିଜ୍ ଏଷ୍ଟେଟ୍ସ ପ୍ରୋଜେକ୍ଟର ସେୟାର ସାମାନ୍ୟ ବୃଦ୍ଧି ପାଇବା ସହିତ ୬୦୩ ଟଙ୍କାରେ ବନ୍ଦ ହୋଇଯାଇଥିଲା । ଆଗକୁ ଏହା ବଢି ୧୬.୭୨% ବୃଦ୍ଧି ହେବାନେଇ ଆଶା କରାଯାଇଛି ।
ସେହିପରି ବ୍ରିଗେଡ ଏଣ୍ଟରପ୍ରାଇଜେସକୁ ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି । ବ୍ରିଗେଡ୍ ଏଣ୍ଟରପ୍ରାଇଜେସର ସେୟାର ଶୁକ୍ରବାର ଦିନ ଏକ ପ୍ରତିଶତ ହ୍ରାସ ପାଇଥିଲା । ଏହା ୫୬୭.୯୦ ଟଙ୍କାରେ ବନ୍ଦ ହୋଇଯାଇଛି । ମୋତିଲାଲ ଓସୱାଲ ଏହି ଷ୍ଟକ୍ ର ଧାର୍ଯ୍ୟ ମୂଲ୍ୟ ୭୨୦ ଟଙ୍କା ହେବା ନେଇ କହିଛନ୍ତି ।
