ଗୋପ ବ୍ଲକ ପରିସରେ କୋଠା ନିର୍ମାଣରେ ବ୍ୟାପକ ଅନିୟମିତତା
ଗୋପ : ଜିଲ୍ଲାର ବହୁ ଚର୍ଚ୍ଚିତ ଓ ସଦା ଦୁର୍ନୀତିଗ୍ରସ୍ତ ବ୍ଲକ ଟି ହେଉଛି ଗୋପ ବ୍ଲକ କ୍ଷ ଏହାର ବିଶେଷତ୍ୱଟି ହେଉଛି ୩୧ ଟି ଗ୍ରାମପଞ୍ଚାୟତ ୪ଟି ଜିଲ୍ଲାପରିଷଦ ଜୋନ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଆଉ ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀର କେନ୍ଦ୍ରବିନ୍ଦୁ ଅଟେ କ୍ଷ ତତସହିତ ଉକ୍ତ ଗୋପ ରୁ ଦୁଇଟି ମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି ଜଣେ ହେଲେ ନିମାପଡା ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅନ୍ୟ ଜଣକ ହେଲେ କାକଟପୁର ବିଧାୟକ ତଥା କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଓ ଆଇଟି ମନ୍ତ୍ରୀ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତ ବେହେରା କିନ୍ତୁ ଦୁଃଖ ଓ ପରିତାପର ବିଷୟଟି ହେଉଛି ଦୁଇ ଦୁଇଟି ବରିଷ୍ଠ ମନ୍ତ୍ରୀ ୪ଟି ଜିଲ୍ଲାପରିଷଦ ସାଙ୍ଗକୁ ଦୁଇଟି ସାଂସଦ ଙ୍କ ପ୍ରତିନିଧି ସତ୍ତ୍ୱେ ଗୋପ ଅଞ୍ଚଳ କୌଣସି ଉର୍ନ୍ନତିମୂଳକ କାର୍ଯ୍ୟ ୍ୱା ଆଖି ଦୃଶିଆ କାର୍ଯ୍ୟ ହୋଇପାରିଲା ନାହିଁ କ୍ଷ ପଞ୍ଚାୟତରାଜ ବିଭାଗ ଦ୍ୱାରା ଏକ ବୃହତ ଅଟାଳିକା ନିର୍ମାଣ ହେବାପାଇଁ ଟେଣ୍ଡର ପ୍ରକ୍ରିୟା ହୋଇଥିଲା କ୍ଷ ସେଥିପାଇଁ ଦୁଇଜଣ ଠିକାଦାର ଙ୍କୁ କାର୍ଯ୍ୟାଦେଶ ବ୍ଲକ ଦ୍ୱାରା ପ୍ରଦାନ କରାଯାଇଛି ଜଣଙ୍କ ନାମରେ ୧୮ ଲକ୍ଷ ୬ ହଜାର ୮ ଟଙ୍କା ଥିବା ସ୍ଥଳେ ଅନ୍ୟ ଜଣେ ଠିକାଦାର ଙ୍କ ନାମରେ ୨୬ ଲକ୍ଷ ୭ ହଜାର ୧୧ ଟଙ୍କା ର ଟେଣ୍ଡର ପ୍ରକ୍ରିୟା ହୋଇଥିଲା କ୍ଷ ଉକ୍ତ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାପାଇଁ ବ୍ଲକ ପକ୍ଷରୁ କାର୍ଯ୍ୟାଦେଶ ପ୍ରଦାନ ମଧ୍ୟ କରିଛନ୍ତି ୨୦୨୨ ମସିହା ଜାନୁଆରୀ ମାସରୁ ଗୋପ ବ୍ଲକ ପାଇଁ ପଞ୍ଚାୟତ ରାଜ ବିଭାଗ ଦ୍ୱାରା ୪୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମଞ୍ଜୁର ହୋଇଥିଲା କ୍ଷ କିନ୍ତୁ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଏକ ବର୍ଷରୁ ଉର୍ଦ୍ଧ ସମୟ ଲାଗିଗଲା କ୍ଷ ଏବେ ଉକ୍ତ କାର୍ଯ୍ୟ ଟି ଗୋପ ବ୍ଲକ ପ୍ରାଙ୍ଗଣରେ ହେଉଛି ସତ କିନ୍ତୁ କାର୍ଯ୍ୟ ଟିକୁ ସଠିକ ଭାବେ ତଦାରଖ କରିବା ପାଇଁ ବିଭାଗୀୟ ଯନ୍ତ୍ରୀ ଭବାନୀ ଶଙ୍କର ପୋଥାଳ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି କ୍ଷ କିନ୍ତୁ ତଦାରଖ କାର୍ଯ୍ୟରେ ହୁଏତ କେଉଁଠି ଭୁଲ ରହୁଛି ଯାହାଫଳରେ କି ବିଲଡିଂ ନିର୍ମାଣ ଆରମ୍ଭରୁ କିଛି ଅଂଶ ଦବି ଯାଇଛି କ୍ଷ ଏ ସମ୍ପର୍କ ସାଧାରଣ ବ୍ୟକ୍ତିମାନେ ମଧ୍ୟ ସୂଚିତ କରିଛନ୍ତି କ୍ଷ ଅଥଚ କାର୍ଯ୍ୟ କୁ ତଦାରଖ କରୁଥିବା ଯନ୍ତ୍ରୀ କାହିଁକି ଠିକାଦାରଙ୍କୁ ବାରଣ କରୁନାହାନ୍ତି କ୍ଷ ଏହା ଦ୍ୱାରା ଠିକାଦାରମାନେ ନିଜ ଇଛା ମୁତାବକ କାର୍ଯ୍ୟ କରୁଛନ୍ତି ବୋଲି ସାଧାରଣ ରେ ଅଭିଯୋଗ ଶୁଣିବାକୁ ମିଳୁଛି କ୍ଷ ଉକ୍ତ କାର୍ଯ୍ୟ ଟି ଅତି ନିମ୍ନମାନର ଓ ଅତି ତରବରିଆ ଭାବେ ନିର୍ମାଣ କରାଯାଉଛି ଫାଉଣ୍ଡେସନ ଠାରୁ ଛାତ ପର୍ଯ୍ୟନ୍ତ କାର୍ଯ୍ୟର ସମନ୍ୱୟ ରହୁନି କ୍ଷ ପିଲର ଓ ୍ୱିମ ଗୁଡିକ ଏବଂ ଡିପିସି ମଧ୍ୟରେ ସଠିକ ଭାବେ ସମନ୍ୱୟ ହୋଇନାହିଁ ଯାହାଫଳରେ କି ବିଲଡିଂ ଡାହାଣ ପାର୍ଶ୍ୱ ର କିଛ ଦବି ଗଲାପରି ମନେ ହେଉଛି କ୍ଷ ଯେତୋଟି ପିଲର ବା କଲମ ନିର୍ମାଣ ହୋଇଛି ପରସ୍ପର ମଧ୍ୟ ସମନ୍ୱୟ ଠିକ ନାହିଁ କ୍ଷ ଏଣୁ ସାଧାରଣ ରେ ଦାବୀ ହେଉଛି କି ତୁରନ୍ତ ବ୍ଲକ କତୃପକ୍ଷ ନିର୍ମାଣଧୀନ କାର୍ଯ୍ୟ କୁ ସଠିକ ଭାବେ ତଦାରଖ କରନ୍ତୁ କ୍ଷ ଆଉ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ରେ କାର୍ଯ୍ୟ ଦିବସ ଦିନରେ ହିଁ କାର୍ଯ୍ୟ କରନ୍ତୁ I
