ମା ଠାରୁ ଜଗତରେ ବଡ଼ କେହି ନାହିଁ। ମାତୃଦେବୀ ସ୍ବର୍ଗତା ଚଞ୍ଚଳା ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ ଓ ପୁସ୍ତକ ଲୋକାର୍ପଣ ଉତ୍ସବ
ବାଲିଆପାଳ : ଜଗତରେ ମା ହିଁ ମା,ମାର ବିକଳ୍ପ ନାହିଁ କି ମା ଠାରୁ ବଡ ଆଉ କେହି ନାହି ବୋଲି ମାତୃଦେବୀ ସ୍ବର୍ଗତା ଚଞ୍ଚଳା ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ ଓ ପୁସ୍ତକ ଲୋକାର୍ପଣ ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ପାଲା ଗାୟକ ତଥା ଜଗାଇ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଦୟାନିଧି ସାହୁଙ୍କ ମାତା ମାତୃଦେବୀ ସ୍ବର୍ଗତା ଚଞ୍ଚଳା ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ ଓ ଦୟାନିଧି ସାହୁଙ୍କ ତିନୋଟି ପୁସ୍ତକ ଲୋକାର୍ପଣ ଉତ୍ସବ ମଙ୍ଗଳବାର ତାଙ୍କ ପ୍ରତାପପୁର ସ୍ଥିତ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଚଞ୍ଚଳା ଦେବୀଙ୍କ ବଡ ପୁତ୍ର ଅବସରପ୍ରାପ୍ତ ଶିକ୍ଷକ ଜଳଧର ସାହୁଙ୍କ ସଭାତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ବାବାଜୀ ଚରଣ ପଟନାୟକ, ମୁଖ୍ୟବକ୍ତା ଭାବେ ଡକ୍ଟର ନଟବର ଶତପଥୀ,ଉଦଘାଟନ ଭାବେ ଦିନକୃଷ୍ଣ ସ୍ମୃତି ପରିଷଦର ସମ୍ପାଦକ ପ୍ରାଧ୍ୟାପକ ବିପିନ ବିହାରି ବିଶ୍ୱାଳ, କବି ଭୀମ ଚରଣ ସାମଲ,କବି ବ୍ରଜେନ୍ଦ୍ର ନାଥ ଗିରି,ଓଡିଶା ଏକାଡେମିର ସଦସ୍ୟ କବି ଭରତ ଚନ୍ଦ୍ର ଦାସ,ଅଧ୍ୟାପକ ବିଶମ୍ବର ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅଧ୍ୟାପକ ଦୟାନିଧି ସାହୁଙ୍କ ଲିଖିତ ତିନୋଟି ପୁସ୍ତକ “ବୋଝ ନ ଥିବା ପିଠି”,”ବଚନ ଓ ପ୍ରବଚନ” ଏବଂ “କାଳର କଟାକ୍ଷ” ତିନୋଟି ବହି ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।କବି ବ୍ରଜେନ୍ଦ୍ର ନାଥ ଗିରି ପୁସ୍ତକ ଗୁଡିକର ସମୀକ୍ଷା କରିଥିଲେ।ଚଞ୍ଚଳା ମହକ ସମ୍ମାନରେ କଳାକାର ରଘୁନାଥ ପାତ୍ର,ଯଦୁନାଥ ପଣ୍ଡା ପ୍ରଫୁଲ୍ଲ ଚନ୍ଦ୍ର ବାଗ ଓ ରବିନ୍ଦ୍ର ନାଥ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ସ୍ବର୍ଗତ ଚଞ୍ଚଳା ଦେବୀଙ୍କ ପୁତ୍ର ବଧୁ ସଂଧ୍ୟାରାଣୀ ସାହୁ ଧନ୍ୟବାଦ ଦେଇଥିଲେ। ସନ୍ଧ୍ୟାରେ ଅଧ୍ୟାପକ ଦୟାନିଧି ସାହୁ ଓ ତାଙ୍କ ଟିମ ଦ୍ୱାରା ପାଲା ପରିବେଷଣ କରାଯିବା ସହିତ ଜଗାଇ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଶ୍ରୀ ସାହୁଙ୍କ ବୋଝ ନ ଥିବା ପିଠି ନାଟକ ଅଭିନିତ ହୋଇଥିଲା।
