ପବ୍ଲିକ ଆକାଉଣ୍ଟ କମିଟିରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ
ନୀଳଗିରି : ପବ୍ଲିକ ଆକାଉଣ୍ଟ କମିଟିରେ ୧୨ଜଣ ସଦସ୍ୟ ମନୋନୀତ ହୋଇଥିବା ବେଳେ ତନ୍ମଧ୍ୟରୁ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ସ୍ଥାନ ପାଇଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପବ୍ଲିକ ଆକାଉଣ୍ଟ କମିଟିରେ ଚେୟାରମ୍ୟାନ୍ ଭାବେ ଭଜାପାର ମୋହନ ଚରଣ ମାଝି ମନୋନୀତ ହୋଇଥିବା ବେଳେ ୧୨ଜଣ ମନୋନୀତ ସଦସ୍ୟ ହେଲେ ନରସିଂହ ମିଶ୍ର, ବିଧାୟକ ପ୍ରଦୀପ୍ତ କୁମାର ନାୟକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ପ୍ରତାପ ଜେନା, ବିଧାୟକ ଶାରଦା ପ୍ରସାଦ ନାୟକ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦିବ୍ୟଶଙ୍କର ମିଶ୍ର, ବିଧାୟକ ବ୍ରଜକିଶୋର ପ୍ରଧାନ, ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ।
