କରୋନା ସଂକ୍ରମଣର ସମାନ୍ତରାଳ ସ୍ଥିତି ! ରାଜ୍ୟରେ ଲକଡାଉନ କି ସଟଡାଉନ ସ୍ଥିତିର ଆବଶ୍ୟତକତା ନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ କୋରୋନା ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ସଂକ୍ରମଣ ହାର ଅଧିକ ରହୁଛି । ତେଣୁ କିଛି ସ୍ଥାନରେ ଆର୍ ଭାଲ୍ୟୁ ଅଧିକ ରହିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ତେବେ, ଏଥିପାଇଁ ଭୟର କୌଣସି କାରଣ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ ପୁଣି କହିଛନ୍ତି ଯେ, ସାମାନ୍ୟ ଲକ୍ଷଣ ଆସିଲେ ହିଁ ଟେଷ୍ଟ କରିବା ଉଚିତ । ଟେଷ୍ଟିଂ କ୍ରାଇଟୋରିଆକୁ ମାନି କେତେ ଟେଷ୍ଟିଂ ବଢା ଯାଇପାରିବ, ସେ ନେଇ ସ୍ୱାସ୍ଥ୍ୟ ବିଭାଗ ବିଚାରବିମର୍ଷ କରୁଛି । ବର୍ତ୍ତମାନ ରାଜ୍ୟରେ ଲକଡାଉନ କି ସଟଡାଉନ ସ୍ଥିତିର ଆବଶ୍ୟତକତା ଦେଖାଯାଉ ନାହିଁ ।
ସୂଚନା ଯେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୬୦୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୯୯୧ ଜଣ ଥିବାବେଳେ ସଙ୍ଗରୋଧରୁ ୬୭୨୮ ଜଣ ଓ ସ୍ଥାନୀୟ ଭାବେ ୪୮୭୯ ଜଣ ଚିହ୍ନଟ ହୋଇଛନ୍ତି ।
