ରାଜ୍ୟରେ ନୂଆ ଥାନା ଖୋଲିବାକୁ ଆସିଛି ପ୍ରସ୍ତାବ : ଗୃହ ରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ବର : ବିଧାନସଭା ପ୍ରଶ୍ନକାଳରେ ନୂଆ ଥାନା ପ୍ରସଙ୍ଗରେ ଉଦ୍ବେଗ । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ନିଜ ଅଞ୍ଚଳରେ ନୂଆ ଥାନା ଖୋଲିବା ନେଇ ଗୃହରେ ଦାବି ଉପସ୍ଥାପନା କରିଛନ୍ତି । ଏ ନେଇ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।
ସେ କହିଛନ୍ତି ଯେ, ରାଜ୍ୟରେ ୬୪୩ ଥାନା ଥିଲା । ବର୍ତ୍ତମାନ ନୂଆ ୩୬ଟି ଥାନା ଖୋଲାଯାଇଛି । ଅନେକ ସ୍ଥାନରେ ନୂଆ ଥାନା ଖୋଲିବାକୁ ପ୍ରସ୍ତାବ ଆସିଛି । ସେ ନେଇ ବିଭାଗ ପକ୍ଷରୁ ବିଚାର କରାଯାଉଛି । ନୂଆ ଥାନା ନିର୍ମାଣ ପାଇଁ କିଛି କ୍ରାଇଟେରିଆ ରହିଛି । ଯେମିତି ମାସକୁ କେତେ କେସ୍ ରେକର୍ଡ ଆସୁଛି ଏବଂ ବର୍ଷକର ଷ୍ଟାଟିସକାଲ ଡାଟା ନେଇ କି ନୂଆ ଥାନା ପାଇଁ ବିଚାର କରାଯାଏ ।
