ରାଜ୍ୟରେ ଅଛନ୍ତି ୧ଲକ୍ଷ ୫୭ହଜାର ୪୩୨ଜଣ ବାଂଲାଦେଶୀ : ଗୃହରାଷ୍ଟ୍ର ମନ୍ତ୍ରୀ
ଭୁବନେଶ୍ବର : ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ସେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୫୭ହଜାର ୪୩୨ଜଣ ବାଂଲାଦେଶୀ ଶରଣାର୍ଥୀ ଅଛନ୍ତି । ସର୍ବାଧିକ ମାଲକାନଗିରିରେ ୧ଲକ୍ଷ ୪ହଜାର ୨୩୩ ଜଣ ରହିଛନ୍ତି । ନବରଙ୍ଗପୁରରେ ୪୬ ହଜାର ୮୪୮ ଜଣ ରହିଛନ୍ତି । ଏହା ବ୍ୟତୀତ ୩ ହଜାର ୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ଆସିଛନ୍ତି ।ସେହିଭଳି କେନ୍ଦ୍ରାପଡାରେ ହଜାରେ ୬୪୯ ଜଣ ଏବଂ ଜଗତସିଂହପୁରରେ ହଜାରେ ୧୧୨ ଜଣ ବେଆଇନ ଅନୁପ୍ରବେଶକାରୀ ରହିଛନ୍ତି ।
