୩ ଜିଲ୍ଲାରେ ଅଛି ସୁନା ଖଣି
ଭୁବନେଶ୍ୱର : ଓଡ଼ିଶାର ତିନିଟି ଜିଲ୍ଲାରେ ସୁନା ଖଣି ରହିଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତରରେ ସେ କହିଛନ୍ତି, ଓଡ଼ିଶାର ୩ ଜିଲ୍ଲା ଦେବଗଡ଼, କେନ୍ଦୁଝର, ଓ ମୟୂରଭଞ୍ଜର ବିଭିନ୍ନ ଅଂଚଳରେ ମାଟି ତଳେ ସୁନା ପଥର ଗଛିତ ରହିଛି । ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟ ଓ ଜିଏସଆଇର ଅନୁସନ୍ଧାନରୁ ଏହା ଜଣାପଡ଼ିଛି । ସେ ଆହୁରି କହିଛନ୍ତି, ଦେବଗଡ଼ ଜିଲ୍ଲାର ଅଡ଼ାସ , କେନ୍ଦୁଝର ଜିଲ୍ଲାର ଗୋପୁର, ଗାଜିପୁର, କୁଶବଳା, ଅଡ଼ାଳ, ତେଲକୋଇର ସଳେଇକନା, ଡିମିରିମୁଣ୍ଡା, କରଡଙ୍ଗା ଓ ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡ଼ା, ରୁଆଁସି, ଇଡେଳକୁଚା, ମାରେଡିହି, ସୁଲେଇପଟ ଓ ବାଦାମ ପାହାଡ଼ ଅଂଚଳରେ ସୁନାପଥର ଥିବା ଜଣାଯାଇଛି ।
