କଂକ୍ରିଟ ମିକ୍ସର ମେସିନ ଚୋରି ଘଟଣା : ୨ ଗିରଫ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ସ୍ଥିତ ଡି ପଲ୍ ସ୍କୁଲ ନିକଟରୁ କଂକ୍ରିଟ ମିକ୍ସର ମେସିନ ଚୋରି ଘଟଣାରେ ଦୁଇ ଜଣ ଯୁବକ ଗିରଫ ହୋଇଛନ୍ତି । କଲେଜ ଛକର ପ୍ରଫୁଲ୍ଲ କୁମାର ସାହୁ ଗତ ଜାନୁଆରୀ ୨୦ ତାରିଖରେ ସେଠାରେ ମେସିନ ରଖି ଭୁବନେଶ୍ୱର ଯାଇଥିଲେ । ସେ ଭୁବନେଶ୍ୱରରୁ ଫେରିବା ପରେ କଂକ୍ରିଟ ମିକ୍ସର ମେସିନ ସେଠାରେ ନଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସେ କୋଟିନଡ଼ା ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହା ସୂଚନା ଦେଇଛନ୍ତି ।
