୩୩୦ ଲିଟର ଦେଶି ମଦ ଜବତ, ୩ ଗିରଫ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସ ରନ୍ଧା ଦେଶିମଦ ବିକ୍ରୀ ଓ ଚାଲାଣ ହେଉଥିବା ଜାଣିପାରି ଆଜି ସକାଳେ ତିନୋଟି ସ୍ଥାନରେ ଚଢ଼ଉ କରିଛି । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ପକ୍ଷରୁ ତୋଟାଗାଁ, ନିର୍ମଳଝର, କମଳାପଦର ଗ୍ରାମରେ ଚଢ଼ଉ କରାଯାଇ ୩୩୦ ଲିଟର ଦେଶି ମଦ ଜବତ କରାଯିବା ସହ ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି । ଏ ସଂକ୍ରାନ୍ତରେ ଥାନା କେସ୍ ନଂ ୧୪୪/୨୩, ୧୪୫/୨୩ ଏବଂ ୧୪୬/୨୩ ରେ ପୃଥକ୍ ପୃଥକ୍ ତିନୋଟି ମାମଲା ରୁଜ୍ଜୁ କରାଯାଇଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଛି ।
