ମହାନଦୀକୁ ଡେଇଁଲେ ଯୁବକ, ବ୍ରିଜ ଉପରେ ରହିଛି ବାଇକ ଓ ହେଲମେଟ
ଆଠଗଡ଼ : ମୁଣ୍ଡଳୀ ବ୍ରିଜରେ ପୁଣି ଅଘଟଣ । ବାଇକ ରଖି ମହାନଦୀକୁ ଡେଇଁଲେ ଯୁବକ। ବ୍ରିଜ ଉପରେ ରହିଛି ବାଇକ ଓ ହେଲମେଟ। ଯୁବକ ଜଣକ ମହାନଦୀକୁ ଡେଇଁ ପଡିଥିବା ଆଶଙ୍କା କରାଯାଉଛି।
ଯୁବକ ଜଣକ ନିଆଳି ଅଞ୍ଚଳର ବୋଲି ଜଣାପଡିଛି । ବାଇକ୍ ଉପରେ ଏକ ଏୟାର ବ୍ୟାଗ୍ ରଖାଯାଇଛି। ଘଟଣାସ୍ଥଳରେ ବାରଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
