ଯୁବକଙ୍କୁ ପଥରରେ ଛେଚି ବିଭତ୍ସ ହତ୍ୟା
ଉଦଳା : ମୟୁରଭଞ୍ଜ ଜିଲା ଶରତ ଥାନା ଶ୍ରୀପଦମଞ୍ଜରୀ ଗ୍ରାମରେ ଅଭାବନୀୟ ଘଟଣା । ଯୁବକଙ୍କୁ ପଥରରେ ଛେଚି ବିଭତ୍ସ ହତ୍ୟା । ମୃତକ ହେଲେ ଉକ୍ତ ଗ୍ରାମର ଲେଣ୍ଡୁ ସିଂ ।
ସୂଚନା ଯେ, ଲେଣ୍ଡୁ ମଙ୍ଗଳବାର ନିକଟସ୍ଥ ହାଟକୁ ମାଂସ ବିକ୍ରି କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ବୁଧବାର ରାସ୍ତା ପାର୍ଶ୍ବରୁ ତାଙ୍କ ମୃତଦେହ ମିଳିଥିଲା । ଖବର ପାଇ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିପାର୍ଶ୍ଵିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଛି । ମାତ୍ର ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
