ବେଙ୍ଗାଲୁରୁ ଟ୍ରେନ୍ ଲାଇନ କଡ଼ରୁ ମିଳିଲା ଦୁଇ ଓଡ଼ିଆ ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
ବାଲେଶ୍ବର : ବାଲେଶ୍ବର ଜିଲା ସୋର ଥାନା ମାଣିପୁର ହଡ଼ରାଗଡ଼ିଆର ପଦ୍ମଲୋଚନ ନାୟକ ଓ ବେହେରଣପୁରର ଶୁଭାଶିଷ ପ୍ରଧାନଙ୍କର ମୃତଦେହ ବେଙ୍ଗାଲୁରୁ ଷ୍ଟେସନ ନିକଟ ଟ୍ରେନ ଲାଇନରୁ ମିଳିଛି । ଉଭୟ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି ଘର ଲୋକ । ଉଭୟ ଯୁବକ ସିକ୍ୟୁରିଟି ଭାବେ କାମ କରୁଥିଲେ ।
ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଭୁବନେଶ୍ବରକୁ ଆସିବ । ପରେ ଆମ୍ବୁଲାନ୍ସ ଯୋଗେ ସୋରରେ ପହଂଚିବା । ଉଭୟ ଯୁବକଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି l ଉଭୟଙ୍କ ଶବ ବେଙ୍ଗାଲୁରୁରୁ ଆସିବl ପାଇଁ ଗ୍ରାମବାସୀ ଆର୍ଥିକ ସହାୟତା କରି କରିଛନ୍ତି ।
