ପୋଖରୀରେ ବୁଡ଼ି ଯୁବକ ମୃତ
ହଳଦୀପଦା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ଡୁବୁରି ନିକଟ ଗଡିଆରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନାରୁ ପ୍ରକାଶ ଡୁବୁରି ଠାରେ ଏକ ମାଛ ଚାଷ ପ୍ଲାଣ୍ଟରେ ବାଲିଆପାଳ ଥାନା କାଳଶିମିଳି ଗ୍ରାମର ଶିବଚରଣ ମାଝୀ (୩୮) ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ରବିବାର ହଠାତ୍ ଶିବ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ । ପରେ ଅନ୍ୟ ସାଥୀ ଶ୍ରମିକମାନେ ତାଙ୍କୁ ବହୁ ଖୋଜାଖୋଜି କରି ନପାଇ ଶିବଙ୍କୁ ମାଛ ଚାଷ ପୋଖରିରେ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ବସ୍ତା ଥାନାରେ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା (ନଂ. ୩ ।୨୩) ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି । ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।
