ବିଶ୍ୱରେ ଯୁଦ୍ଧର ନୁହେଁ, ପ୍ରେମର ଆବଶ୍ୟକତା – ଦଲାଇ ଲାମା ଦଲାଇ ଲାମା ଏକ ପ୍ରାଇଭେଟ୍ ସ୍କୁଲରେ ପହଂଚି ଦେଲେ ଉଦ୍ବୋଧନ ଦେଶ-ଦୁନିଆରେ ଶାନ୍ତି ରଖିବାକୁ ଦଲାଇ ଲାମା ଦେଲେ ସନ୍ଦେଶ
ଗୁରୁଗ୍ରାମ : ନୋବେଲ ପୁରସ୍କାରରେ ସମ୍ମାନୀତ ୧୪ତମ ଦଲାଇ ଲାମା ବୁଧବାର ଦିନ ଗୁରୁଗ୍ରାମ ପହଂଚିଛନ୍ତି । ଏଠାରେ ସେ ଏକ ପ୍ରାଇଭେଟ୍ ସ୍କୁଲରେ ପହଂଚି ଦେଶ-ଦୁନିଆ ନାମରେ ନିଜ ସନ୍ଦେଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀଙ୍କ ଜିଜ୍ଞାସାକୁ ମଧ୍ୟ ସେ ଶାନ୍ତ କରିଛନ୍ତି । କାର୍ଯ୍ୟକ୍ରମର ଶୁଭାରମ୍ଭ ଧର୍ମଗୁରୁ ଦଲାଇ ଲାମା ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ଏବଂ ତିବ୍ଦତୀ ବୌଦ୍ଧ ଧର୍ମର ମୂଳ ମନ୍ତ୍ରର ଉଚ୍ଚାରଣରେ ହୋଇଛି । ଦଲାଇ ଲାମା ଭାଇମାନେ ଏବଂ ଭଉଣୀମାନଙ୍କୁ ଉଦ୍ବୋଧନ ଆରମ୍ଭ କରି ବିଦ୍ୟାର୍ଥୀଙ୍କ ସହିତ ଏହି ପବିତ୍ର ଧରଣୀକୁ ଏକ ଶାନ୍ତି ଏବଂ ବନ୍ଧୁତ୍ୱରେ ପୂର୍ଣ୍ଣ ବନାଇବା ପାଇଁ ତାଙ୍କ ଆହ୍ୱାନ କରିଛନ୍ତି । ଏହି ବିଶ୍ୱରେ ପ୍ରେମର ଆବଶ୍ୟକତା ଅଟେ, ଯୁଦ୍ଧ ନୁହେଁ, ଏହା କହି ସେ ବିଦ୍ୟାର୍ଥୀଙ୍କୁ କରୁଣା, ଦୟା, ସତ୍ୟ ଏବଂ ଅହିଂସା ଆଦି ଭାବନାକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।
