ମୁଣ୍ଡଳୀ ନିକଟ ମହାନଦୀରେ କମୁଛି ଜଳସ୍ତର
କଟକ : ମୁଣ୍ଡଳୀ ନିକଟରେ ମହାନଦୀରେ କମୁଛି ଜଳସ୍ତର । କଟକ ମୁଣ୍ଡଳୀ ନିକଟରେ ମହାନଦୀରେ ସନ୍ଧ୍ୟା ୬ଟା ସୁଦ୍ଧା ଦଶ ଲକ୍ଷ ଦୁଇ ହଜାର ଆଠ ଶହ ତେଇଶି ଘନ ଫୁଟ ଜଳ ପ୍ରବାହିତ ହେଉଛି । ସେହି ଭଳି ମୁଣ୍ଡଳୀର ଉପର ମୁଣ୍ଡରେ ଜଳସ୍ତର ୯୫.୨୦ ଫୁଟ ଥିବା ବେଳେ ତଳ ମୁଣ୍ଡର ଜଳ ସ୍ତର ୯୨.୯୦ ଫୁଟ ରହିଛି । ମୁଣ୍ଡଳୀ ଠାରେ ମହାନଦୀର ବିପଦ ସଙ୍କେତ ହେଉଛି ୯୭.୫୦ ଫୁଟ ।
ଅନ୍ୟପଟେ ନରାଜରେ ଜଳ ପ୍ରବାହ ଅପରିବର୍ତିତ ରହିଛି । ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି ପାଂଚ ଲକ୍ଷ ଏକ ହଜାର ତିନିଶ ଏକ ଚାଳିଶ ଘନଫୁଟ ବନ୍ୟା ଜଳ । ଉପର ମୁଣ୍ଡର ଜଳ ସ୍ତର ୨୬.୦୦ ମିଟର ଥିବା ବେଳେ ତଳ ମୁଣ୍ଡର ଜଳ ସ୍ତର ୨୪.୭୫ ମିଟର ରହିଛି ।
