ପାରିବାରିକ ବିବାଦ ମାମଲା : ଆଜି ଆସିବ ରାୟ, ଏକାଠି ହେବେ ସୁମିତ୍-ଡିମ୍ପଲ!
ବ୍ରହ୍ମପୁର : ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ବିବାଦର କେବେ ଅନ୍ତ ଘଟିବ? ପ୍ରକୃତରେ କଣ ଏକାଠି ହେବେ ସୁମିତ୍-ଡିମ୍ପଲ ଏବେ ଏଭଳି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏହି ମାମଲାରେ ଆଜି ଆସିବାକୁ ଯାଉଛି କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ।
ପୂର୍ବରୁ ଏହି ମାମଲାରେ ଅନେକ ମୋଡ ଆସିସାରିଥିବା ବେଳେ ଆଗକୁ ଆଉ କେଉଁ ନୂଆ ମୋଡ ଆସିବାକୁ ଯାଉଛି ତାକୁ ଏବେ ଚର୍ଚ୍ଚା ଜୋରଦାର । ବହୁ ଚର୍ଚ୍ଚିତ ବ୍ରହ୍ମପୁର ସୁମିତ୍-ଡିମ୍ପଲ ମାମଲାର ଏବେବି ସମାଧାନ ହୋଇପାରିନି । ଦୀର୍ଘ ଦେଢ ମାସ ଧରି ନିଜ ସିନ୍ଦୁରର ଅଧିକାର ପାଇଁ ତପସ୍ୟାରେ ବସିଛନ୍ତି ଡିମ୍ପଲ ତଥା ତପସ୍ୱିନୀ । ପୂର୍ବରୁ ଡିମ୍ପଲଙ୍କ ସ୍ୱାମୀ ତଥା ଡାକ୍ତର ସୁମିତ୍ ସାହୁ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିଥିବାର ଅଭିଯୋଗ ହୋଇଥିବା ବେଳେ ଆଜି କୋର୍ଟ ଏହି ପ୍ରସଙ୍ଗରେ କଣ ରାୟ ଦେବେ ତାକୁ ନେଇ ବଢିଛି ଶଙ୍କା ।
