ପ୍ରତୀକ୍ଷାର ଅବସାନ! ଶ୍ଵଶୁର ଘରେ ଘରେ ହିଁ ରହିବେ ତପସ୍ୱିନୀ, ସୁମିତ ମାସକୁ ଗଣିବେ ୧୭ ହଜାର
ବ୍ରହ୍ମପୁର : ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ବିବାହ ବିବାଦ ମାମଲାରେ ଜିଲ୍ଲା ଜଜ୍ ରାୟ ଶୁଣାଇଛନ୍ତି। ଜଜଙ୍କ ରାୟ ଅନୁସାରେ, ତପସ୍ୱିନୀ ଏବେ ସୁମିତଙ୍କ ବ୍ରହ୍ମପୁରସ୍ଥିତ ବ୍ରହ୍ମାନଗର ଘରେ ହିଁ ରହିବେ। ଖର୍ଚ୍ଚ ପାଇଁ ପ୍ରତି ମାସ ୧୦ ତାରିଖ ସୁଦ୍ଧା ସୁମିତ ୧୭ ହଜାର ଟଙ୍କା ତପସ୍ୱିନୀଙ୍କୁ ଦେବେ। ଏନେଇ ତପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି।
ଆଜି ତପସ୍ୱିନୀଙ୍କ ରାୟ ଜିଲ୍ଲାକୋର୍ଟରୁ ଆସିଛି । ତପସ୍ୱିନୀ ତାଙ୍କ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ରହିବେ ଏବଂ ମାସିକ ୧୭ ହଜାର ଟଙ୍କା ସ୍ୱାମୀ ସୁମିତ ଦେବେ । ଏନେଇ ତାଙ୍କ ଓକିଲ ପ୍ରଦୀପ ବେହେରାଙ୍କ ସୂଚନ। ଦେଇଛନ୍ତି । ତପସ୍ବିନୀଙ୍କୁ ଭଡା ଘରେ ରଖିବା ଏବଂ ସମସ୍ତ ଦାୟିତ୍ୱ ବହନ କରିବା ନିମନ୍ତେ ୨ ଏବଂ ୯ ତାରିଖରେ ଏସଡିଜେଏମ୍ କୋର୍ଟ ଦେଇଥିବା ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ସୁମିତଙ୍କ ଓକିଲ ।
