ପାଞ୍ଚଦିନିଆ ଗସ୍ତରେ ପଶ୍ଚିମ ବଙ୍ଗ ଆସୁଛନ୍ତି ସଂଘ ପ୍ରମୁଖ, ନେତାଜୀ ଜୟନ୍ତୀରେ କୋଲକାତାରେ ମହାସମ୍ମିଳନୀ
କୋଲକାତା : ରାଷ୍ଟ୍ରୀୟ ସ୍ୱୟଂସେବକ(ଆର୍ଏସ୍ଏସ୍)ର ସରସଂଘଚାଳକ ମୋହନ ଭାଗବତ ପାଂଚଦିନିଆ ଗସ୍ତରେ ବୁଧବାର ଦିନ କୋଲକାତା ଆସୁଛନ୍ତି । ଏହି ସୂଚନା ସଂଘର ଦକ୍ଷିଣ ବଙ୍ଗଳା ପ୍ରଚାର ପ୍ରମୁଖ ବିପ୍ଳବ ରାୟ ମଙ୍ଗଳବାର ଦେଇଛନ୍ତି । କୋଲକାତା ପ୍ରେସ କ୍ଳବରେ ଗଣମାଧ୍ୟମ ସହିତ କଥାବାର୍ତା କରି କ୍ଷେତ୍ର ସଂଘଚାଳକ ଅଜୟ ନନ୍ଦୀ ଏବଂ ମହାନଗର ପ୍ରଚାର ପ୍ରମୁଖ ଶୁଭଜୀତ ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ । ନନ୍ଦୀ କହିଛନ୍ତି ଯେ ୧୯ ତାରିଖକୁ ନିଜ ଗସ୍ତ ପୂର୍ବ ଦିନ ସଂଘ ପ୍ରମୁଖ ଶହରର କିଛି ପ୍ରମୁଖ ବ୍ୟକ୍ତିଙ୍କ ସହିତ ସଂଘର ଆନୁଷଙ୍ଗିକ ସଂଗଠନର ପଦାଧିକାରୀଙ୍କ ସହିତ ସାକ୍ଷାତ କରିବେ । ୨୨ ଜାନୁଆରୀ ପର୍ଯ୍ୟନ୍ତ ତାଙ୍କ ସାକ୍ଷାତ କାର୍ଯ୍ୟକ୍ରମ ଚାଲିବ, ଯେଉଁଥିରେ ସମାର ବିଭିନ୍ନ କ୍ଷେତ୍ରର ଲୋକଙ୍କ ସହିତ ସଂଘ ସହିତ ଯୋଡ଼ିଥିବା ସମାନ ବିଚାର ପରିବାରର ଲୋକ ମଧ୍ୟ ସାମିଲ ହେବେ । ଏହାପରେ ୨୩ ଜାନୁଆରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ନେତାଜୀ ଇନଡୋର ଷ୍ଟାଡିୟମରେ ବଡ଼ କାର୍ଯ୍ୟକ୍ରମ ହେବ, ଯେଉଁଥିରେ ହଜାର ହଜାର ସଂଖ୍ୟାରେ ସ୍ୱୟଂସେବକ ଗଣବେଶରେ ଉପସ୍ଥିତ ହେବେ ।
