ମହାରାଷ୍ଟ୍ରର ଲାତୁର ଅଂଚଳରେ ରୋଡବେଜ ବସ ଓଲଟିଲା , ୩୦ ଯାତ୍ରୀ ଆହତ
ମୁମ୍ବାଇ : ମହାରାଷ୍ଟ୍ରର ଲାତୁର ଜିଲ୍ଲାର ବୋରଗାଓକାଲେ ଅଂଚଳରେ ମଙ୍ଗଳବାରଦିନ ସକାଳୁ ରାଜ୍ୟ ପରିବହନ ନିଗମର ବସ୍ ଓଲଟି ପଡିବାରୁ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୪ ଜଣ ସଂକଟାପନ୍ନ ଅଛନ୍ତି । ପୋଲିସର ସୂଚନା ଅନୁସାରେ ମଙ୍ଗଳବାରଦିନ ସକାଳ ନିଲଂଗା ଡିପୋରୁ ସାତୁର-ପୁନେ -ବଲ୍ଲଭନଗର ରୁଟର ବସ ବାହାରି ଥିଲା । ପାଖାପାଖି ସାଢେ ୧୦ ଘଟିକା ସମୟ ହେବ ବୋରଗାଂଓକାଲେ ପାଖରେ ବସ ନିୟନ୍ତଣ ହରାଇ ସଡକ ଉପରୁ ୂତଳକୁ ଖସି ଯାଇଥିଲା ।
