ନବ ନିର୍ବାଚିତ ସରପଞ୍ଚଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକର ନବ ନିର୍ବାଚିତ ସରପଞ୍ଚମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ସୋମବାର ତିହିଡ଼ି ବ୍ଲକ ସଭାଗୃହ ପରିସରରେ ଉଦ୍ଘାଟିତ ହୋଇ ଯାଇଛି । ଏହି ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲାପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବିଡିଓ ଜ୍ୟୋତିର୍ମୟ କରଙ୍କ ଅଧ୍ୟକ୍ଷତାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଏବିଡିଓ ମାନସ କୁମାର ଜେନା, ଏପିଡି (ଟ୍ରେନିଂ) ରୂପାଲି ମହାପାତ୍ର, ପ୍ରଶିକ୍ଷକ ଅନନ୍ତ ଗୋପାଳ ଦାସ, ନିରୂପମା ମହାନ୍ତି ଯୋଗ ଦେଇ ସରକାରଙ୍କ ଯୋଜନା ଉପରେ ଆଲୋଚନା କରିଥିଲେ । ସରପଞ୍ଚମାନଙ୍କୁ ୫-ଟି ଓ ମୋ ସରକାର ଯୋଜନା, ସଶକ୍ତ ଗ୍ରାମସଭା, ମଧ୍ୟାହ୍ନ ଭୋଜନ, ଅର୍ଥ ଆୟୋଗ ଅନୁଦାନ, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ଓ ଗ୍ରାମପଞ୍ଚାୟତ ବିକାଶ ଯୋଜନା ଇତ୍ୟାଦି ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଫେବୃଆରୀ ୧୩ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଚାଲି ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସରପଞ୍ଚମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହି ଶିବିରରେ ସରପଞ୍ଚ ଉଦ୍ଧବ ଚରଣ ନାୟକ, ପ୍ରଦୀପ ବଳ, ସଂଜୀବ ବେହେରା, ଦିପ୍ତୀମୟୀ ନାୟକ, ଜୟଶ୍ରୀ ବେହେରା, ତାପସ ବେହେରା, ପ୍ରେମଲତା ବିଶ୍ୱାଳ, ସୁପ୍ରଭା ପାଣି, କୁନ୍ତଳା ମଳିକ, ପୁଷ୍ପାଞ୍ଜଳି ଲେଙ୍କା, ପ୍ରଶାନ୍ତ ବିଶ୍ୱାଳ, କୈଳାସ ଚନ୍ଦ୍ର ପରିଡ଼ା, ଯଶୋଦା ମଲ୍ଲିକ, କୀର୍ତ୍ତିଚନ୍ଦ୍ର ସେଠୀ, ଚକ୍ରଧର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
