ଶିକ୍ଷକଙ୍କୁ ଶ୍ରେଷ୍ଠକବି ସମ୍ମାନରେ ସମ୍ମାନିତ
କାକଟପୁର : କାକଟପୁର ବ୍ଲକ ଅନ୍ତର୍ଗତ ବାଲିଦୋକାନ ବାମରା ଗ୍ରାମର ଶାନ୍ତିବଟ ସଂସ୍କୃତି ମଣ୍ଡପରେ ଶନିବାର ସଂଧ୍ୟାରେ ଆୟୋଜିତ ହୋଇଯାଇଛି ସତ୍ୟନାରାୟଣ ସାହିତ୍ୟ ସଂସଦର ଅଷ୍ଟମ ବାର୍ଷିକ ଶୀତ ରାତିର କବିତା ଆସର । ସଂସଦର ସମ୍ପାଦକ ମଙ୍ଗରାଜ ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ ସାହିତ୍ୟ ସଭାରେ ମୁଖ୍ୟ ଅତିଥି ଭାବରେ କୁମାର କବି ପ୍ରଶାନ୍ତ ବାହିନୀପତି, ମୁଖ୍ୟ ବକ୍ତା ଭାବରେ ହାସ୍ୟ କୁମୁଦ ସମ୍ପଦ କୁମାର ରଥ, ସନମାନିତ ଅତିଥି ଭାବେ ସାମ୍ବାଦିକ ଲଳିତେନ୍ଦୁ ପଲାଉରି, ସମୀର ରଞ୍ଜନ ଭୂଇଁଆ, ଶିକ୍ଷାବିତ୍ ମନମୋହନ ସ୍ୱାଇଁ, କବୟିତ୍ରୀ ସସ୍ମିତା ଦାଶ, ଲଷ୍ମୀଧର ମହାରଣା, ସଭାପତି ହରେକୃଷ୍ଣ ସ୍ୱାଇଁ, ସତ୍ୟ ପ୍ରକାଶ କର, ସୁବାଷ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ସାହିତ୍ୟ ଏ ଜାତିର ଅସ୍ମିତା ବୋଲି ବର୍ଣନା କରିଥିଲେ । ଏହି ଅବସରରେ ସାହିତ୍ୟ ଓ କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷକ ହୃଦାନନ୍ଦ ସାସମଲଙ୍କୁ ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ କବି ସମ୍ମାନରେ ସମ୍ମାନୀତ କରାଯାଇଥିଲା ।
