ଲାଲ୍ କିଲ୍ଲା ବିନା ସ୍ୱାଧୀନତାର ସୁଆଦ ଅଧୁରା
ଅଗଷ୍ଟ ୧୫ ଅଥବା ସ୍ୱାଧୀନତା ଦିବସ । ଏହି ଦିନ ସମସ୍ତ ଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ରତା ଦିବସ । କାରଣ ଆମେ ଏହି ଦିବସରେ ସ୍ୱାଧୀନ ପାଇଥିଲୁ। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ବର୍ଷ ଉକ୍ତ ଦିବସକୁ ସାରା ଭାରତ ବାସୀ ଅତ୍ୟନ୍ତ ଉଲ୍ଲାସର ସହ ପାଳନ କରିଥାନ୍ତି । ମାତ୍ର ବିନା ଲାଲ୍ କିଲ୍ଲାରେ ସ୍ୱାଧୀନତାର ଏହି ଦିନକୁ ପାଳନ କରିବା ସମ୍ଭବ ନୁହେଁ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଏହି ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହି ସମ୍ବୋଧନ ପୂର୍ବରୁ ଯେତେବେଳେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ସେତେବେଳେ ଗର୍ବରେ ଦେଶବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥାଏ । ଏଥିପାଇଁ ପ୍ରତିବର୍ଷ ସ୍ୱାଧୀନତା ଦିବସରେ ତିନୋଟି ରଙ୍ଗରେ ସଜ୍ଜିତ ହୋଇଥାଏ ଲାଲକିଲ୍ଲା । ଏହି ଲାଲକିଲ୍ଲା ମୋଗଲ୍ ବାଦଶାହା ଶ।ହାଜାହାନଙ୍କ ଦ୍ୱାରା ୧୬୩୯ରେ ନିର୍ମାଣ ହୋଇଥିଲା।
ଲାଲକିଲ୍ଲା ମୋଗଲ୍ ବାଦଶାହା ଶହାଜାହାନଙ୍କ ଦ୍ୱାରା ୧୬୩୯ରେ ନିର୍ମାଣ ହୋଇଥିଲା । ଏହି ମହାନ୍ କିଲ୍ଲା ୟୁନେସ୍କୋ ବିଶ୍ୱ ଐତିହ୍ୟରେ ନିଜ ନାଁ ସାମିଲ୍ କରିଛି । ଏହି କିଲ୍ଲା ଲାଲ୍ ସାଣ୍ଡଷ୍ଟୋନରେ ତିଆରି ହୋଇଛି ସେଥିପାଇଁ ଏହାକୁ ଲାଲ୍ କିଲ୍ଲା କୁହାଯାଏ । ଦିଲ୍ଲୀର ସପ୍ତମ ମୁସଲମାନ୍ ନଗର ଲାଲକିଲ୍ଲା । ଲାଲ୍ କିଲ୍ଲା ଯମୁନା ନଦୀ କୂଳରେ ଅବସ୍ଥିତ । ପାରସୀ, ୟୁରୋପୀୟ ଏବଂ ଭାରତୀୟ କଳାର ସମାବେଶ ହେଉଛି ଏହି କିଲ୍ଲା । ୮ଟି ଭାଗରେ ବିଭକ୍ତ ଏହି କିଲ୍ଲା । ଯାହାର ନାଁ ହେଉଛି ନକ୍କରଖାନା, ଦିୱାନ୍ – ଏ -ଆମ୍, ନହର୍ – ଏ – ବହିସ୍ତ, ଜନାନା, ଖାସ୍ ମହଲ୍, ଦିୱାନ – ଏ – ଖାସ୍, ମୋତି ମସଜିଦ୍ ଏବଂ ହୟାତ ବଖ୍ସ ବାଗ୍ । ଏହି କିଲ୍ଲାରୁ ଭାରତର ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ଅର୍ଥାତ୍ ୧୫ ଅଗଷ୍ଟରେ ପ୍ରତି ବର୍ଷ ଜନତାକୁ ସମ୍ବୋଧିତ କରନ୍ତି । ଦିଲ୍ଲୀର ସବୁଠାରୁ ବଡ଼ ସ୍ମାରକ ହେଉଛି ଲାଲ୍ କିଲ୍ଲା । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ପ୍ରଥମ ଥର ଏଠାରେ ତ୍ରିରଙ୍ଗା ଉଡାଇଥିଲେ । ଆଉ ସେବେଠାରୁ ଚାଲିଆସିଛି ଏହି ପ୍ରଥା । ୧୮୫୭ର ସ୍ୱତନ୍ତ୍ରତା ସଂଗ୍ରାମ ପରେ ଲାଲ୍ କିଲ୍ଲା ବ୍ରିଟିଶ୍ ସେନାର କବଜାକୁ ଆସିଥିଲା । ଏହାକୁ ବ୍ରିଟିଶ୍ ସେନାର ମୁଖ୍ୟାଳୟ ମଧ୍ୟ କରାଯାଇଥିଲା । ଏହି ସଂଗ୍ରାମ ପରେ ବାହାଦୁର ଶାହା ଜାଫରଙ୍କ ଉପରେ ମାମଲା ଚାଲିଥିଲା । ଏହି ଠାରେ ହିଁ ନଭେମ୍ବର ୧୯୪୫ରେ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମିର ତିନି ଜଣ ଅଫିସରଙ୍କୁ କୋର୍ଟ ମାର୍ସଲ୍ କରାଯାଇଥିଲା । ଏହା ପରେ ଭାରତୀୟ ସେନା ଏହି କିଲ୍ଲାକୁ ନିଜ ଅଧୀନକୁ ନେଇଥିଲା । ପରେ ଡିସେମ୍ବର ୨୦୦୩ରେ ଭାରତୀୟ ସେନା ଏହାକୁ ଭାରତୀୟ ପର୍ଯ୍ୟଟନ ଅଧିକାରୀଙ୍କୁ ହସ୍ତାନ୍ତର କରିଦେଇଥିଲେ । ଡିସେମ୍ବର ୨୦୦୦ରେ ଲସ୍କର–ଏ– ତୋଏବାର ଆତଙ୍କବାଦୀମାନେ ଏହି ଲାଲ୍ କିଲ୍ଲାକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଦୁଇ ଜଣ ସୈନିକ ଏବଂ ଜଣେ ନାଗରିକଙ୍କ ଜୀବନ ନେଇଥିଲା । ସମୟ ଥିଲା ଏଠାରେ ୩୦୦୦ ଲୋକ ବସିବାର ବ୍ୟବସ୍ଥା ଥିଲା । କିନ୍ତୁ ଏବେ ଏହା ପର୍ଯ୍ୟଟନସ୍ଥଳୀ ବନିଯାଇଛି , ଯାହାକୁ ଦେଖିବା ପାଇଁ ବିଦେଶରୁ ଲୋକଙ୍କ ସୁଅ ଛୁଟେ ।
