ସ୍ୱାଧୀନତା ଦିବସ ସହ ଜଡ଼ିତ ଇତିହାସ !
ଅଗଷ୍ଟ ୧୫ ଅଥବା ସ୍ୱାଧୀନତା ଦିବସ । ଏହି ଦିନ ସମସ୍ତ ଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ରତା ଦିବସ । କାରଣ ଆମେ ଏହି ଦିବସରେ ସ୍ୱାଧୀନ ପାଇଥିଲୁ। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ବର୍ଷ ଉକ୍ତ ଦିବସକୁ ସାରା ଭାରତ ବାସୀ ଅତ୍ୟନ୍ତ ଉଲ୍ଲାସର ସହ ପାଳନ କରିଥାନ୍ତି । ତେବେ ଏହି ଦିବସ ସହ ଜଡିତ ଇତିହାସ ସମ୍ପର୍କରେ ଆଜିବି କିଛି ଲୋକ ଜାଣିନଥିବେ । ସମସ୍ତେ ଜାଣନ୍ତି କି ଆମେ କିପରି ଭାବରେ ସ୍ୱାଧୀନତା ପାଇଛୁ ।
ତେବେ ଆମେ ମାନଙ୍କୁ ଏହି ଦିବସ ବିଷୟରେ ସମସ୍ତ କଥା ଜାଣିବାର ଆବଶ୍ୟକତା ରହିଛି । ତେବେ ଏହାର ଇତିହାସ କହିବାକୁ ଗଲେ ତାହା ସରିବ ନାହିଁ । ଇତିହାସ ଜାଣିବାକୁ ହେଲେ ଆମ ସମସ୍ତଙ୍କୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ପଛକୁ ଯିବାକୁ ପଡିବ । ତେବେ ଭାରତୀୟମାନେ ଇଂରେଜମାନେ ଯେପରି ଅମାନୁସିକ ଭାବରେ ଭାରତୀୟଙ୍କୁ ହଇରାଣ ହରକତ କରୁଥିଲେ ତାହାର ପ୍ରତି ଜବାବ ସ୍ୱାଧୀନତା ସମୟରେ ସେମାନଙ୍କୁ ଦିଆଯାଇଥିଲା । ତେବେ ଆନ୍ଦୋଳନ ଏତେ ତୀବ୍ର କରାଯାଇଥିଲା ଯେ, ସେମାନେ ଜାଣିଥିଲେ ଭାରତୀୟମାନେ ଆଉ ପରାଜିତ ହେବେ ନାହିଁ । ସେମାନଙ୍କ ପାଖରେ ସୈନ୍ୟ ଶକ୍ତି ମଧ୍ୟ କମିବାରେ ଲାଗିଥିଲା । ତେଣୁ ସେମାନେ ନିଜକୁ ସୁରକ୍ଷିତ ମନେ କରିନଥିଲେ । ଇତିହାସରୁ ଜଣାଯାଏ ଯେ, ୧୯୪୬ ମସିହାରେ ଭାରତରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇ ସାରିଥିଲା ।
ତେଣୁ ଏହି ସମୟରେ ଇଂରେଜମାନେ ଅଧିକ ବିବାଦ କରିବା ପାଇଂ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇନଥିଲେ । ତେଣୁ ସେମାନେ ବାଧ୍ୟ ହୋଇ ଭାରତକୁ ସ୍ୱାଧୀନତା ଦେଇଥିଲେ । ଇଂରେଜମାନେ ଜାଣିଥିଲେ ଯେ, ଭାରତୀୟଙ୍କ ସେମାନେ କୈାଣସି କ୍ଷତି କରିପାରିବେ ନାହିଁ କି ଆଉ ଗୋଲାମ ମଧ୍ୟ କରିପାରିବେ ନାହିଁ । ତେଣୁ ଭାରତକୁ ସ୍ୱାଧୀନତା ଦେବା ଲାଗି ସେତେବେଳେ ସଂସଦରେ ଏକ ବୈଠକ ହୋଇଥିବା ଜଣାଯାଏ । ସେତେବେଳେ ଇଂରେଜମାନେ ଭାରତକୁ ସ୍ୱାଧୀନତା ଦେବା ଲାଗି ପ୍ରସ୍ତୁତ ହୋଇସାରିଥିଲେ । କିନ୍ତୁ ୧୯୪୮ ମସିହା ଜୁନ ପର୍ଯ୍ୟନ୍ତ ସମୟ ମାଗିଥିଲେ । କିନ୍ତୁ ଭାରତୀୟମାନେ ସମୟ ଦେବାପାଇଁ ପ୍ରସ୍ତୁତ ହୋଇ ନଥିଲେ । ତେଣୁ ସେମାନେ ବାଧ୍ୟ ହୋଇ ଶେଷରେ ଭାରତକୁ ସ୍ୱାଧୀନତା ଦେଇଥିଲେ । ତେବେ ଏହା ପୂର୍ବରୁ ଲୁଇସ ମାଉଣ୍ଟବେଟନ ଘୋଷଣା କରିସାରିଥିଲେ ଯେ, ଭାରତକୁ ଅଗଷ୍ଟ ୧୫ରେ ସ୍ୱାଧୀନ କରାଯିବ ବୋଲି । ଏହାସହ ଇଂରେଜମାନେ ଖିବଶୀଘ୍ର ଭାରତ ଛାଡି ଯିବା ପାଇଁ ଚାହୁଁଥିଲେ । ୧୫ ଅଗଷ୍ଟକୁ ସେମାନେ ଏଥିପାଇଁ ଚୟନ କରିଥିଲେ କାରଣ ଜାପାନ ସେହି ତାରିଖରେ ଆତ୍ମସମର୍ପଣ କରିଥିଲା । ସେହି ସମୟରେ ଲୁଇସ ମାଉଣ୍ଟବେଟେନ ସେଠାରେ ଉପସ୍ଥିତ ଥିଲେ । ତେଣୁ ୧୫ ତାରିଖରେ ଭାରତକୁ ସ୍ୱାଧୀନତା ଦେବା ପାଇଁ ସଂସଦରେ ଏକ ବିଲ ଉପସ୍ଥାପିତ କରାଯିବା ସହ ତତକ୍ଷଣାତ ତାହାକୁ ପାସ କରିଦିଆ ଯାଇଥିଲା । ତେବେ ରାତିରେ ଭାରତକୁ ସ୍ୱାଧୀନତା ଘୋଷଣା କରାଯାଇଥିଲା । ଏହାପରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଦିଲ୍ଲୀର ଲାଲକିଲାଠାରେ ପ୍ରଥମେ ପତାକା ଉତ୍ତୋଳନ କରିଥିଲେ ।
