ସନ୍ଦେହ ଜନକ ଅବସ୍ଥାରେ ଶିକ୍ଷାନୁଷ୍ଠାନରୁ ମିଳିଲା ଛାତ୍ରୀଙ୍କ ମୃତଦେହ
କଟକ : କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ମିଳିଲା ଛାତ୍ରୀଙ୍କ ମୃତଦେହ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ଜବତ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ ଛାତ୍ରୀ ଜଣଙ୍କ ହେଲେ ସୁରଭି ପାଞ୍ଚାଲ । ତାଙ୍କ ଘର ହରିୟାନାରେ ବୋଲି ଜଣାପଡିଛି ।
ସୂଚନା ଯେ, ସୋମବାର ବିଳମ୍ବିତ ରାତିରେ ହଷ୍ଟେଲରୁ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ପରେ ଏସସିବିକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ଜବତ କରି ଫେଜ୍-୨ ପୋଲିସର ତଦନ୍ତ ଆରମ୍ଭ କରିଛି । ସୁରଭିଙ୍କ ମୃତ୍ୟୁକୁ ନେଇ ନ୍ୟାସନାଲ ଲ ୟୁନିଭରସିଟିରେ ଛାତ୍ର ଅସନ୍ତୋଷ ଦେଖାଦେଇଛି । ଶତାଧିକ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପ୍ରଶାସନିକ ବିଲଡିଂ ଆଗରେ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଵୁଝାସୁଝା କରୁଛନ୍ତି ।
