ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପ୍ରକାଶ ପାଇଲା
କେନ୍ଦୁଝର : ୨୦୨୨ ମସିହା ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପ୍ରକାଶ ପାଇଛି । ତା ୦୫.୧୨.୨୦୨୨ରିଖ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାରହଲ୍ଠାରେ, ତା୧୨.୧୨.୨୦୨୨ରିଖ ସୋମବାର ଦିନ ହାଟଡିହି ବ୍ଲକ୍ କାର୍ଯ୍ୟାଳୟଠାରେ , ତା ୧୯.୧୨.୨୦୨୨ରିଖ ସୋମବାର ଦିନ ଝୁମ୍ପୁରା ବ୍ଲକ୍ କାର୍ଯ୍ୟାଳୟଠାରେ ଏବଂ ତା ୨୬.୧୨.୨୦୨୨ରିଖ ସୋମବାର ଦିନ ତେଲକୋଇ ବ୍ଲକ୍ କାର୍ଯ୍ୟାଳୟଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଏହି ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସଂପର୍କରେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଆଶିଷ ଠାକ୍ରେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ବ୍ୟତୀତ କାର୍ଯ୍ୟସୂଚୀ ଅନୁଯାୟୀ ଅଭିଯୋଗ ଶୁଣାଣୀ ସ୍ଥାନମାନଙ୍କରେ ଚିକିତ୍ସା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଶ୍ରମ, ଜଳସେଚନ, ଉଠା ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଯୋଗାଣ ବିଭାଗ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଜଳଛାୟା ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଆଶିଷ ଠାକରେ ନିର୍ଦ୍ଦେଶ ଦେଇଛନ୍ତି ।
