ଲୌହ ମାନବ ଙ୍କ ଜନ୍ମ ଜୟନ୍ତୀ ରେ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୋରିଗୁମ୍ମା : ଆଜି ହେଉଛି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ଙ୍କ ଜନ୍ମ ଜୟନ୍ତୀ।ଏହି ଅବସରରେ ଆଜି ସାରା ଦେଶରେ ଲୌହ ମାନବ ଜନ୍ମ ଜୟନ୍ତୀ ଙ୍କୁ ଧୁମଧାମରେ ପାଳନ କରାଯାଇଛି।ଏହି ଅବସରରେ ବୋରିଗୁମ୍ମା ଯୁବ ଗୋଷ୍ଠୀ ତରଫରୁ ର ଗର୍ବ ଗୌରବ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ମାରାଥନ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ରାଷ୍ଟ୍ରୀୟ ଏକତା ଦିବସ କୁ ଆଡମ୍ବର ଭାବେ ପାଳନ କରାଯାଇଛି lଲୌହ ମାନବ ଙ୍କ ଜନ୍ମ ଜୟନ୍ତୀ ରେ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବ୍ଲକ ଅଫିସ ନିକଟ ସହିଦ ସ୍ତମ୍ବ ରେ ସମସ୍ତ ସଦସ୍ୟ ଶପଥପାଠ କରିଥିଲେ l ବୋରିଗୁମ୍ମା ପଂଚାୟତ ର ସରପଞ୍ଚ ତୁଷାରକାନ୍ତ କୁମ୍ବରିକା,ସମିତି ସଭ୍ୟା ପ୍ରିୟଙ୍କା ରଥ ଏବଂ ଜାତୀୟ ଆଥଲେଟିକ ଖେଳାଳି ରବି ତେଜା ମଶାଲ ଟିକୁ ପ୍ରଜ୍ୱଳନ କରିଥିଲେ l ବିଜୟ ନାରାୟଣ ସାହୁ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ଆଚାରି,ଜି.ମୋହନ ଦୋରା,ନାନୁ ଦଳେଇ,ସୁତମ ବିଷୋୟୀ,ଗିରି ପ୍ରଧାନ,ରାମ ହରିଜନ,ବାପି ନାୟକ,ମିଣ୍ଟୁ ଦଳେଇ,ଅମନ,ଆଦିତ୍ୟ, ପ୍ରମୁଖ ସହଯୋଗ କରିଥିଲେ lବୋରିଗୁମ୍ମା ଜୋନ ଦୁଇ ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଳା ଘାଷି,ଟିକି ପଟ୍ଟନାୟକ,ରାଜ ସିଂ,ସୂର୍ଯ୍ୟ ଆଚାରୀ,କମଳକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।
