ଆଜି ମଧ୍ୟାହ୍ନ ୧ଟାରେ ପ୍ରକାଶ ପାଇବ ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଶନିବାର ମଧ୍ୟାହ୍ନ ୧ଟାରେ ପ୍ରକାଶ ପାଇବ। ମା ଏନେଇ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ସୂଚନା ଦେଇଛନ୍ତି। www.orissaresults.nic.in ୱେବ୍ସାଇଟ୍ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ନିଜର ରୋଲ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। ଏଥିସହ ସାମ୍ସ କଲେଜ ଇ-ସ୍ପେସ୍ରେ ମଧ୍ୟ ଫଳ ଉପଲବ୍ଧ ହେବ। ସେହିପରି ଉକ୍ତ ଦୁଇଟି ବିଭାଗର ମୋଟ ୨ଲକ୍ଷ ୨୭ ହଜାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ। କଳା ବିଭାଗର ୨ଲକ୍ଷ ୨୧ ହଜାର ଓ ଧନ୍ଦାମୂଳକରେ ୨୭ହଜାର ଛାତ୍ରଛାତ୍ରୀ ରହିଛନ୍ତି। ଉଭୟ ବିଭାଗରେ ରେଗୁଲାରରେ ପାସ୍ହାର ୯୦%ରୁ ଅଧିକ ହୋଇଥିବା ଜଣାପଡ଼ିଛି।
ସୂଚନା ଯେ, ଦଶମ ଶ୍ରେଣୀର ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀ ରଖିଥିବା ମାର୍କକୁ ଯୁକ୍ତ -୨ରେ ଥିବା ବିଷୟ ସହିତ ମ୍ୟାପିଂ କରାଯାଇଥିଲା । ଏହାକୁ ଭିତ୍ତି କରି ଯୁକ୍ତ-୨ ରେ ମାର୍କ ଦିଆଯାଇଥିବା ଜଣାପଡିଛି ।
