କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କୁ ଭେଟିଲେ ଜିଲ୍ଲା ଯାଦବ ମହାସଭା ସଭାପତି
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭାରର ଜିଲ୍ଲା ସଭାପତି ପ୍ରଭାକର ପଲାଇ କେନ୍ଦ୍ରାପଡାକୁ ଦୁଇଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ପ୍ରଦକ୍ଷଣ ଭବନରେ ଭେଟି ଆସନ୍ତା ଯାଦବ ସମାବେଶ ସମ୍ପର୍କରେ ଆଲୋଚନା କରିବା ସହିତ ସେହି ସମାବେଶରେ ଅତିଥି ଭାବରେ ଯୋଗଦେବାକୁ ଅନୁରୋଧପତ୍ର ପ୍ରଦାନ କରିଥିଲେ । କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଶ୍ରୀ ରାୟ ସେହି ସମାବେଶରେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଥିବା ଜିଲ୍ଲା ସଭାପତି ଶ୍ରୀ ପଲାଇ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯାଦବ ମହାସଭାର ସଭାପତି ଶ୍ରୀ ପଲାଇଙ୍କ ସମେତ ମୁଖ୍ୟ ଉପଦେଷ୍ଟା ତଥା ପ୍ରାପ୍ତନ ରାଜ୍ୟସଭା ଯୁଗ୍ମ ସଚିବ ଡଃ. ଚୈାଧୁରୀ ରମାକାନ୍ତ ଦାସ, ଅଧ୍ୟାପକ ରଞ୍ଜିତ ଦାସ, ଗୋଲେଖ ମହାଭୋଇ, ଉପଦେଷ୍ଟା ନିରଞ୍ଜନ ଦାସ(ବି.ଏନ), ସ୍ମୃତିରଞ୍ଜନ ବେହେରା, କାର୍ଯ୍ୟକାରୀ ସଭାପତି ବିଜୟ ପରିଡା, କୋଷାଧ୍ୟକ୍ଷ ନବ କିଶୋର ଦାସ, ଜିଲ୍ଲା ଯୁବ ଯାଦବ ସମ୍ପାଦକ ସଚ୍ଚିକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
