କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଟାଉନହଲ ପରିସରରେ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ବିଜେଡି ଉପସଭାପତି ଦେବଦାସ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ପ୍ରବାଦ ପୁରୁଷ ବିଜୁବାବୁ କିଭଳି ଛାତ୍ର ଜୀବନରୁ ଓଡିଶାକୁ ଭଲପାଉଥିଲେ ସେସମ୍ପର୍କରେ କହିବା ସହିତ ଅଦମ୍ୟ ସାହାସୀ ବିଜୁ ପଟ୍ଟନାୟକ ଜଣେ ଦୁର୍ଦ୍ଦାନ୍ତ ପାଇଲଟ ଭାବେ ସୁଖ୍ୟାତି ଅର୍ଜ୍ଜନ କରିଥିଲେ । ଏକାଥରକେ ୪ଟି ସ୍ଥାନରୁ ପରାଜୟ ବରଣ କରିଥିବା ସ୍ୱର୍ଗତ ବିଜୁବାବୁଙ୍କୁ ଯେଉଁ ମାଟି ରାଜନୈତିକ ପୃଷ୍ଟଭୂମିରୁ ଜିତାଇ ପଠାଇ ଥିଲା ଏ ହେଉଛି ସେହି କେନ୍ଦ୍ରାପଡା ମାଟି । ଆଜି ତାଙ୍କରି ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ୭୦ଲକ୍ଷ ମହିଳା ରାଜରାସ୍ତାକୁ ଆସିଯାଉଛନ୍ତି । ନବୀନବାବୁଙ୍କ ମିଶନଶକ୍ତି ଯୋଜନା ମହିଳାମାନଙ୍କୁ ସ୍ୱାବଲମ୍ବି ଓ ଆର୍ଥିକ ସ୍ୱଛଳ କରିପାରିିଛି । ବିଜୁବାବୁଙ୍କ “ଗାଁକୁ କାମ ଓ ମା’କୁ ସମ୍ମାନ” ସ୍ୱପ୍ନ ଆଜି ସଫଳ ହୋଇପାରିଛି । ଏକ ଗରିବ ଓ ଦରିଦ୍ର ରାଜ୍ୟ ଭାବେ ପରିଚିତ ଓଡିଶା ଆଜି ବିକାଶ ପାଇଁ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ନବୀନବାବୁଙ୍କ ପାଇଁ ଆଜି କେନ୍ଦ୍ରାପଡାରେ ଆର୍ସେଲ ମିତ୍ତଲ କମ୍ପାନୀ ପକ୍ଷରୁ ଏକ ଷ୍ଟିଲ ପ୍ଲାଣ୍ଟହେବାକୁ ଯାଉଛି । ତେଣୁ ଆସନ୍ତୁ ସମସ୍ତେ ମିଳିତ ଭାବରେ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶପଥ ନେବା ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରବି ସାମଲ ପ୍ରମୁଖ ବିଜୁବାବୁଙ୍କ ସହିତ ଥିବା ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାଉନସିଲର ଉମେଶ ନାୟକ ବିଧାୟକଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପୈାରଉପାଧ୍ୟକ୍ଷା ଆକବରୀ ଖାତୁନ ମଞ୍ଚାସୀନ ଥିଲେ । ଏହି ଅବସରରେ ବିଜୁବାବୁଙ୍କ ସହିତ ସଂଶ୍ଳିଷ୍ଟ ଥିବା ବରିଷ୍ଠ ବିଜେଡିନେତା ଭଜକୃଷ୍ଣ ରାଉତ, ସେକ ଅହମ୍ମଦ ବକ୍ସ, ରବୀନ୍ଦ୍ର ନାଥ ପଣ୍ଡା, ମୋହନୀ ଚରଣ ଆଚାର୍ଯ୍ୟ, ମହମ୍ମଦ ଲିୟାକତ ଅଲ୍ଲୀ(ନସ୍ରୁ), ପ୍ରଫୁଲ୍ଲ ଦାସ ପ୍ରମୁଖ ୧୦ଜଣଙ୍କୁ ଉପଢୈାକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ପ୍ରତାପନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକ ବିଜେଡି ମହିଳା ସଭାନେତ୍ରୀ ସୁମିତ୍ରା ପାଢୀ ଓ ନଗର ବିଜେଡି ମହିଳା ସଭାନେତ୍ରୀ ସ୍ୱୟଂପ୍ରଭା କର ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ ପତ୍ରକୁ ପାଠ କରିଥିଲେ । ଏହି ଅବସରରେ ସକାଳେ ସହରର ବିଭିନ୍ନ ସ୍ଥାନରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ଶ୍ରୀ ବେହେରା ଓ ଅନ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏଥିସହିତ ବିଜେଡି କର୍ମୀମାନେ ସାଇକେଲରେ ତିନିମୁହାଣି ଛକରୁ ବାହାରି ସହର ପରିକ୍ରମା କରିଥରଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ରଶ୍ମୀରଞ୍ଜନ ରାଉତ, ଲିଲିତା ଦାସ, ପ୍ରିୟଦର୍ଶିନୀ ତରାଇ, ମାନସ କୁମାର ପରିଡା, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୀତାସୁନ୍ଦରୀ ମଲ୍ଲିକ, ମହମ୍ମଦ ସେକ ଇନାୟତ, ଯୁବନେତା ନରୋତ୍ତମ ମଲ୍ଲିକ, ସଂଗମକେଶରୀ ସାମଲ, ଶରତ ବେହୁରା, ଧିରେନ ସାହୁ, ପ୍ରଦୀପ୍ତ ମହାନ୍ତି, କାଉନସିଲର ପ୍ରଦୀପ୍ତ ଜେନା,ନିରାକାର ସ୍ୱାଇଁ, ଚୈାଧୁରୀ ସୁକୁମାର ଦାସ, ସରପଞ୍ଚ ଗୋପିନାଥ ମଳିକ, ଅଶ୍ୱିନୀ କୁମାର ପାତ୍ର, ବାସୁଦେବ ଦାସ, ଅକମଲ ଅଲ୍ଲୀ, ହିରଣ୍ୟ ପଣ୍ଡା, ତ୍ରିଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
