ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ
ସୁନ୍ଦରଗଡ : ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ଛୁରୀଚୋକା ଗାଁର କିରଣ ଡୁଙ୍ଗଡୁଙ୍ଗ । ସୁନ୍ଦରଗଡର ଝାଡଖଣ୍ଡୀ ପଞ୍ଚରା ସେକ୍ସନ ଗୌବାହାଲ ବିଟ କୁତ୍ରା ଥାନା ଛୁରୀଚୋକା ଗାଁରୁ ଏହି ପରି ଘଟଣା ଦେଖିବାକୁ ମିଳିଛି ।
ସୂଚନା ଯେ, ରବିବାର ବିଳମ୍ବିତ ରାତିରେ ପଞ୍ଚରା ସେକ୍ସନ ଗୌବାହାଲ ବିଟ କୁତ୍ରା ଥାନା ଛୁରୀଚୋକା ଗାଁକୁ ଦନ୍ତା ହାତୀ ପସିଆସିଥିଲା । ଗାଁରୁ ହାତୀକୁ ଗ୍ରାମବାସୀ ଘଉଡାଇବା ବେଳେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା ଦନ୍ତା । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଖବର ପାଇ ବନ ବିଭାଗ ପହଞ୍ଚି ତଦନ୍ତ କରୁଛି ।
