ଜିଙ୍କନଗର ନବୋଦୟ ବିଦ୍ୟାଳୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮୮ରେ ପହଞ୍ଚିଲା
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲାର ଜିଙ୍କ ନଗର ନବୋଦୟ ବିଦ୍ୟାଳୟର କୋରୋନା ସଂକ୍ରମଣ ସଂଖ୍ୟା ବିଢିବାରେ ଲାଗିଛି । ଗତକାଲି(ବୁଧବାର) ବିଦ୍ୟାଳୟର ୩୬ ଜଣ ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ ଥିବା ରିପୋର୍ଟ ଆସିଥିବା ବେଳେ ଆଜି(ଗୁରୁବାର) ଆଉ 52ଜଣ ଅଧିକ କୋରୋନା ପଜିଟିଭ ଆକ୍ରାନ୍ତ ହୋଇଥିବା ଜଣାପଡି଼ଛି । ଏହାକୁ ମିଶାଇ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୮ରେ ପହଞ୍ଚିଛି ।
ଏହି ରିପୋର୍ଟ ପ୍ରଶାସନର ହସ୍ତଗତ ହେବା ପରେ ବୁଧବାରଠାରୁ ନବୋଦୟ ବିଦ୍ୟାଳୟ ବନ୍ଦ ରହିଛି । ଏହା ସହ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ତେବେ ଆଜି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮୮ରେ ପହଞ୍ଚିଛି । ଏନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସତର୍କ ପଦକ୍ଷେପ ନେବା ସହ ସୁନ୍ଦରଗଡ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ କରିଛି । ଏହାସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧାକୁ କଡାକଡି କରାଯାଇଥିବା ଦେଖିବାକୁ ମିଳିଛି । ଆକ୍ରାନ୍ତ ହୋଇଥିବା ଛାତ୍ରଛାତ୍ରୀଙ୍କ ନିକଟରେ କୋରୋନାର ସାମାନ୍ୟ ଲକ୍ଷଣ ଥିବା ନେଇ ସିଡିଏମଓ ସୂଚନା ଦେଇଛନ୍ତି । ବିଦ୍ୟାଳୟରୁ ପଜିଟିଭ ବାହାରିବା ପରେ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସରୋଜ କୁମାର ମିଶ୍ର କହିଛନ୍ତି।
