ସାରା ଦେଶରେ ୯୦୦୦ରୁ ଅଧିକ ହୋଇଛି ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରର ସଂଖ୍ୟା
ନୂଆଦିଲ୍ଲୀ : ଦେଶର ନାଗରିକଙ୍କୁ ଶସ୍ତା ଦରରେ ଗୁଣବତାପୂର୍ଣ୍ଣ ଜେନେରିକ ଔଷଧ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି(ପିଏମ୍ବିଜେକେ) କେନ୍ଦ୍ରର ସଂଖ୍ୟା ୯୦୦୦ରୁ ମଧ୍ୟ ଅଧିକ ହୋଇଛି । କେନ୍ଦ୍ର ରସାୟନ ଏବଂ ଉର୍ବରକ ମନ୍ତ୍ରାଳୟ ପକ୍ଷରୁ ଶନିବାର ଦିନ ଦିଆଯାଇଥିବା ସୂଚନା ଅନୁଯାୟୀ ଡିସେମ୍ବର ପର୍ଯ୍ୟନ୍ତ ସାରାଦେଶର ୭୬୬ ଜିଲ୍ଲାରୁ ୭୪୩ ଜିଲ୍ଲାରେ ଏବେ ପର୍ଯ୍ୟନ୍ତ ୯୦୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ଜନଔଷଧିର ଷ୍ଟୋର ଖୋଲାଯାଇଛି । ପିଏମ୍ବିଜେକେରେ ୧୭୫୯ ଔଷଧ ଏବଂ ୨୮୦ ସର୍ଜିକାଲ ଉପକରଣ ସାମିଲ କରାଯାଇଛି । କେନ୍ଦ୍ର ସରକାର ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର(ପିଏମ୍ବିଜେକେ)ର ସଂଖ୍ୟା ବଢ଼ାଇ ୧୦,୦୦୦ କରିବାକୁ ଲକ୍ଷ୍ୟ ରଖାଯାଇଛି ।
