ସାରଣ ବିଷାକ୍ତ ମଦ କାଣ୍ଡର ମାଷ୍ଟରମାଇଣ୍ଡକୁ ବିହାର ଆଣିବାକୁ ପ୍ରସ୍ତୁତି
ପାଟଣା : ବିହାରର ସାରଣ ଜିଲ୍ଲାରେ ବିଷାକ୍ତ ମଦରେ ହୋଇଥିବା ମୃତ୍ୟୁର ମାଷ୍ଟରମାଇଣ୍ଡକୁ ଦିଲ୍ଲୀର ଦ୍ୱାରକାରୁ ଗିରଫ କରାଯାଇଛି । ବିହାର ପୋଲିସ୍ ପକ୍ଷରୁ କୁହା ଯାଅଛି ଯେ ତାକୁ ଦିଲ୍ଲୀରୁ ବିହାର ଆଣିବାକୁ ପ୍ରସ୍ତୁତି କରାଯାଉଛି । ପାଟଣାସ୍ଥିତ ପୋଲିସ ମୁଖ୍ୟାଳୟ କହିଛନ୍ତି ଯେ ଆମେ ଏହି କଥାର ସୂଚନା ଦିଆଯାଇଛି ଯେ ଦିଲ୍ଲୀର ଦ୍ୱାରକାରୁ ସାରଣ ବିଷାକ୍ତ ମଦ କାଣ୍ଡର ମାଷ୍ଟରମାଇଣ୍ଡ ରାମବାବୁ ମହେତୋଙ୍କୁ ଗିରଫ କରାଯାଇଛି । ବିହାର ପୋଲିସ୍ ତାକୁ ଜଲ୍ଦି ବିହାର ଆଣିବାକୁ ପ୍ରସ୍ତୁତିରେ ଅଛି । ଏହି ଘଟଣାରେ ୮୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।
