ସବୁଠୁ ଅଧିକ ‘ପ୍ରେରଣାଦାୟୀ’ ବ୍ୟକ୍ତିତ୍ବ ଡିଭିଲିୟର୍ସ : କୋହଲି
ନୂଆଦିଲ୍ଲୀ: ଏବି ଡିଭିଲିୟର୍ସଙ୍କ ଉଦ୍ଦେଶ୍ୟରେ ପୂର୍ବତନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) କ୍ୟାପଟେନ ବିରାଟ କୋହଲିଙ୍କ ବଡ ବୟାନ । ଡିଭିଲିୟର୍ସଙ୍କୁ ଜୀବନରେ ଭେଟିଥିବା ସମସ୍ତ ବ୍ୟକ୍ତିଙ୍କ ମଧ୍ୟରେ ସବୁଠୁ ଅଧିକ ‘ପ୍ରେରଣାଦାୟୀ’ ବ୍ୟକ୍ତିତ୍ବ କହିଛନ୍ତି ବିରାଟ । ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ୟାପଟେନ ଏବି ଡିଭିଲିୟର୍ସ ଶୁକ୍ରବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଡିଭିଲିୟର୍ସଙ୍କ ଉଦ୍ଦେଶ୍ୟରେ ଆରସିବି ସାଥୀ ଖେଳାଳି କୋହଲି କହିଛନ୍ତି, “ଆମର ବନ୍ଧୁତା ଖେଳଠୁ ବାହାରେ, ଏହା ସର୍ବଦା ରହିବ ।” ଆମ ସମୟର ଶ୍ରେଷ୍ଠ ଖେଳାଳି, ସବୁଠୁ ଅଧିକ ପ୍ରେରଣାର ଉତ୍ସ ପାଲଟିଥିବା ବ୍ୟକ୍ତିତ୍ବ । ଆରସିବି ପାଇଁ ତୁମେ ଯାହା କିଛି କରିଛି ସେଥିପାଇଁ ଅତ୍ୟନ୍ତ ଗର୍ବିତ ହେବ ।”
ଡିଭିଲିୟର୍ସଙ୍କ ଅବସର ଖବରରେ କୋହଲି ଦୁଃଖିତ ବୋଲି ଟ୍ବିଟ୍ ମାଧ୍ୟମରେ କହିଛନ୍ତି କୋହଲି । ତେବେ ନିଜ ପାଇଁ ଓ ପରିବାର ପାଇଁ ନେଇଥିବା ଏହି କଟିନ ନିଷ୍ପତ୍ତି ପାଇଁ କୋହଲି ଧନ୍ୟବାଦ ଜଣାଇଛନ୍ତି ଓ ବନ୍ଧୁତ୍ବ ସବୁଦିନ ରହିବ ବୋଲି କହିଛନ୍ତି । ବର୍ଷ ୨୦୧୧ରେ ଦକ୍ଷିଣ ଆଫ୍ରିକୀୟ ଷ୍ଟାର ବ୍ୟାଟର ଡିଭିଲିୟର୍ସଙ୍କ ଆରସିବି କ୍ୟାରିୟର ଆରମ୍ଭ ହୋଇଥିଲା । ୧୦ଟି ସଂସ୍କରଣ ଖେଳିଥିବାବେଳେ, ତାଙ୍କ ସମୟରେ ଟିମର ୫ଟି ପ୍ଲେଅଫ୍ ପ୍ରବେଶରେ ପ୍ରମୁଖ ଯୋଗଦାନ ରହିଛି । ଆଇପିଏଲରେ ଏବି ଡି ଭିଲିୟର୍ସ ୧୫୬ଟି ମ୍ୟାଚ୍ ଆରସିବି ପାଇଁ ଖେଳିଛନ୍ତି ଓ ୪,୪୯୧ ରନ୍ ସଂଗ୍ରହ କରିଛନ୍ତି । ବିରାଟ କୋହଲିଙ୍କ ପରେ ଦ୍ବିତୀୟ ସର୍ବକାଳୀନ ସର୍ବାଧିକ ରନ୍ ସଂଗ୍ରହକାରୀ ଓ ଆରସିବି ଇତିହାସରେ ତୃତୀୟ ସର୍ବାଧିକ ବ୍ୟକ୍ତିଗତ ରନ୍ ମଧ୍ୟ ତାଙ୍କ ନାମରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅପରାଜିତ ୧୩୩ ରନ୍ (୨୦୧୫) ଓ ଗୁରୁରାଜ ଲାୟନ୍ସ ବିପକ୍ଷରେ(୨୦୧୬) ଅପରାଜିତ ୧୨୯ ରନ୍ର ଇଂନିସ ଖେଳିଛନ୍ତି ।
