ଜଳେଶ୍ୱର ବସ୍ଷ୍ଟାଣ୍ଡରେ ଯୁବତୀଙ୍କ ଉଡିଗଲା ପ୍ରାଣବାୟୁ
ଜଳେଶ୍ୱର : ଆଜି ଦ୍ୱିପ୍ରହରରେ ଜଳେଶ୍ୱର ବସ୍ଷ୍ଟାଣ୍ଡରେ ଜଣେ ଯୁବତୀଙ୍କ ମୃତ୍ୟୁ ଆଲୋଚ୍ୟର ବିଷୟ ହୋଇଛି । ଯୁବତୀ ଜଣକ ଷ୍ଟେସନବଜାର ବସ୍ଷ୍ଟାଣ୍ଡ ନିକଟରେ ବସିଥିବା ବେଳେ ହଠାତ୍ ପଡିଯାଇଥିଲେ । ସାଧାରଣ ଲୋକେ ଏହାକୁ ଦେଖି ୧୦୮କୁ ଖବର ଦେଇଥିଲେ । ତାଙ୍କୁ ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପ୍ରଚାରିତ ହେବାପରେ ରାଇବଣିଆ ଥାନା ଅନ୍ତର୍ଗତ ସର୍ଦ୍ଦାରବନ୍ଧ ପଂଚାୟତର ଗେଙ୍ଗଟାବଣି ଅଂଚଳର ତାର ମା ଜବା ସିଂ ଓ ସମିତି ସଦସ୍ୟ ଗଣେଶ ସରେନ୍ ହସ୍ପିଟାଲରେ ପହଞ୍ଚିଥିଲେ । ସେ ସ୍ୱର୍ଗତ କାଳିଚରଣ ସିଂଙ୍କ ଝିଅ ରୂପାଲି ସିଂ(୨୫) ବୋଲି ଜଣା ପଡିଛି । ଗତ ୩ଦିନ ତଳେ ପଂଚୁଘଣ୍ଟା ଗାଁର ତାର ସାଂଗ ଘରକୁ ବୁଲି ଆସିଥିବା ସେମାନେ କହିଥିଲେ । ଆଜି ଘରକୁ ଫେରୁଥିବା ବେଳେ ଏପରି ଘଟଣା ଘଟିଥିବା ପରିବାର ପକ୍ଷରୁ କୁହାଯାଉଥିବା ବେଳେ ଏଥିନେଇ ବହୁକଥା ଶୁଣିବାକୁ ମିଳୁଛି । ଆଜି ତାର ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାଯାଇଛି ।
