କୋଭିଡ ଲକ୍ଷଣ ଦେଖା ଗଲେ ଟେଷ୍ଟିଂ କରିବାକୁ ଅନୁରୋଧ କଲେ ସ୍ୱାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ୱର : ଚୀନରେ କୋବିଡ ସଂକ୍ରମଣ ବଢୁଥିବା କାରଣରୁ ଏ ନେଇ ଭାରତରେ ମଧ୍ୟ ସତର୍କତା ବୃଦ୍ଧି ପାଇଛି । ଏହି କ୍ରମରେ ରାଜ୍ୟରେ କାହା ମଧ୍ୟରେ ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଙ୍ଗ ପାଇଁ ଅନୁରୋଧ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି ।
ରାଜ୍ୟର ସ୍ୱାସ୍ଥ୍ୟ ନିର୍ଦେଶକ ଡା ବିଜୟ ମହାପାତ୍ର ଏହି ଅନୁରୋଧ କରିବା ସହ କହିଛନ୍ତି ଯେ ଆକ୍ରାନ୍ତ ମାନଙ୍କର ଜେନମ ସିକ୍ୟୁଏନ୍ସି ହେବ । ଆମ ପାଖରେ ପର୍ଯ୍ୟପ୍ତ ପରିମାଣର ଜେନମ ସିକ୍ୟୁଏନସିଂ ଏବଂ ସର୍ଭିଲାନ୍ସ କରିବାକୁ ସୁବିଧା ଅଛି ବୋଲି ମଧ୍ୟ ସେ କହିଛନ୍ତି । ହକି ବିଶ୍ୱକପରେ ଭିଡକୁ ଦୃଷ୍ଟିରେ ରଖି ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱର ଓ ରାଉରକେଲାରେ ଟେଷ୍ଟିଙ୍ଗ ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।
