ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସରଙ୍କ କଳାହାଣ୍ଡି ଜିଲ୍ଲାର ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । କଳାହାଣ୍ଡି ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦେଶକ୍ରମେ ଏହି ଚଢ଼ାଉ କରାଯାଉଛି । ଏହି ଚଢ଼ାଉରେ ୫ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ନିୟୋଜିତ ଅଛନ୍ତି । ଚଢାଉ ଜାରୀ ରହିଥିବାରୁ ସବିଶେଷ ସୂଚନା ମିଳି ପାରି ନାହିଁ ।
