ବିରଜା ମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ବିଭିନ୍ନ ମହଲରେ ନିନ୍ଦା
ଯାଜପୁର : କ୍ଷେତ୍ରେଶ୍ୱରୀ ମା ବିରଜା ମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ନେଇ ବିଭିନ୍ନ ମହଲରେ ନିନ୍ଦା ପ୍ରକାଶ ପାଇଛି । ତାରିକ ଅଜିଜ୍ ନାମକ ଜନୈକ ଗାୟକ ବିରଜା ମନ୍ଦିରରେ ପ୍ରବେଶ କରି ଫଟୋ ଉତୋଳନ କରି ମୋବାଇଲରେ ଭାଇରାଲ କରିବା ପରେ ସମସ୍ତେ ଏ ବିଷୟରେ ଜାଣିବା ପାରେ ସ୍ତମ୍ଭିଭୂତ ହୋଇଥିଲେ । ଏହି ଘଟଣା ସମ୍ପର୍କରେ ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ଏ ସମ୍ପର୍କରେ ତନାଘନା କରାଯାଇ ବିରଜା ମନ୍ଦିରକୁ ସୌଧ ଓ ପ୍ରତିଷ୍ଠା କରାଯାଇଥିଲେ । ଏହି ଅଣହିନ୍ଦୁ ମନ୍ଦିର ପ୍ରବେଶ ନେଇ ହିନ୍ଦୁ ଜାଗରଣ ସମିତି, ବିରଜା ବାହିନୀ, ବଜରଙ୍ଗୀଦଳ ସମେତ ବହୁ ଅନୁଷ୍ଠାନର କର୍ମକର୍ତା ମାନେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି ।
