ବିଜେପି ପକ୍ଷରୁ ପାକିସ୍ଥାନ ବୈଦେଶିକ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବିଜେପି ପକ୍ଷରୁ ପାକିସ୍ଥାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟୋ ଜର୍ଦ୍ଦାରୀଙ୍କ କୁଶ ପୁତଳିକା ଦାହ କରାଯିବା ସହ ପାକିସ୍ଥାନ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରୁ ବୋଲି ଦାବି କରାଯଇଛି । ପାକିସ୍ଥାନର ବୈଦେଶିକ ମନ୍ତ୍ରୀ ଶ୍ରୀ ବିଲାୱଲ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାରତକୁ ଘେରିବାକୁ ଯାଇ ଅସଫଳ ହେବା ସହ ନିୟୁର୍କରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ୧୩୫ କୋଟି ଭାରତୀୟଙ୍କ ନେତା ତଥା ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅପମାନ ସୂଚକ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ କେନ୍ଦ୍ରାପଡ଼ାର ତିନିମୁହାଣୀ ଠାରେ ବିଲାୱଲଙ୍କ କୁଶ ପୁତଳିକା ଦାହ କରାଯାଇଛି । ଏଥିରେ ରାଜ୍ୟ ପ୍ରବକ୍ତା ତେଜେଶ୍ୱର ପରିଡ଼ା, ଉପ ସଭାପତି ଉପିନ କୁମାର ରାଉତ, ସଂପାଦକ ନେହେରୁ କୁମାର ସାହୁ, କୃଷ୍ଣଚନ୍ଦ୍ର ପଣ୍ଡା, କାଉନସିଲର ଅସୀମା ନାୟକ, ଅଜୟ ବେହେରା, ସୁନାକାର ପ୍ରଧାନ, ଶଶାଙ୍କ ସେଠୀ, ଅମିତାବ ସୁଆର, ଶଶାଙ୍କ ଓଝା, ବୁରହାନ ଅଲ୍ଲୀ, ବନ୍ଦନରାଣୀ ରାଉତରାୟ, ଝିଲ୍ଲୀ ଦାସ ପ୍ରମୁଖ ବହୁ କର୍ମୀ ଅଂଶଗ୍ରହଣ କରିଥିଲେ ।
