ବିଦ୍ୟୁତ୍ ବିଭାଗ ଏନଫୋର୍ସମେଂଟ୍ ଟିମ୍ ଦ୍ୱାରା ଜରିମାନା ବିଲ୍ର ଆପୋଷ ସମାଧାନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବିଦ୍ୟୁତ୍ ବିଭାଗ ଟିପିସିଓଡିଏଲ୍ ଜିଲ୍ଲା କାର୍ଯ୍ୟାଳୟରେ ଏନଫୋର୍ସମେଂଟ୍ ଟିମ୍ ଦ୍ୱାରା ଏକ ସମାଧାନ ଶିବିର ଅନୁଷ୍ଠିତ ହୋଇଛି । ଏହି ସମାଧାନ ଶିବିରରେ ଗତ ୨୦୨୦ ଜୁନ୍ ମାସ ଠାରୁ ହୋଇଥିବା ବିଦ୍ୟୁତ୍ ଚୋରୀର ଜରିମାନାଗୁଡ଼ିକ ଆପୋଷ ଆଲୋଚନା କରି ରିହାତି ମାଧ୍ୟମରେ ସମାଧାନ କରାଯାଇଛି । ଏହି ଶିବିରରେ ୨୦ରୁ ଉର୍ଦ୍ଧ୍ୱ ଗ୍ରାହକ ଯୋଗଦେଇ ନିଜ ଉପରେ ହୋଇଥିବା ଜରିମାନାଗୁଡ଼ିକୁ ସମାଧାନ କରି ଦେୟ ଦାଖଲ କରିଥିଲେ । ଆୟୋଜିତ ଏହି ଶିବିରରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯାଇଛି । ବିଭାଗୀୟ ଏସ୍ଡିଓ ଦେବେନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଏନଫୋର୍ସମେଂଟ୍ ଟିମ୍ର ମୁଖ୍ୟ ଅଧିକାରୀ ବିମଲ ଦାବେ ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଡିସେମ୍ବର ୨୦ ତାରିଖରେ ଆଉ ଏକ ସମାଧାନ ଶିବିର ଅନୁଷ୍ଠିତ ହେବ ବୋଲି ବିଦ୍ୟୁତ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଶିବିରରେ ଯେଉଁମାନେ ଯୋଗ ନଦେବେ ସେମାନଙ୍କର ବିଲ ସଂଯୋଗ କାଟି ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
