ନଦୀ ନିକଟ ବୁଦାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ନେଇ ସନ୍ଦେହ
ଘଟଗାଁ : କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅଞ୍ଚଳରେ ଅଘଟଣ । ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ ।
ମଙ୍ଗଳବାର ସକାଳୁ ମୁଷଳ ନଦୀ ନିକଟ ବୁଦା ପାଖରେ ଯୁବତୀଙ୍କ ମୃତଦେହ ମିଳିଛି । ପାରିପାର୍ଶ୍ୱିକ ସ୍ଥିତିରୁ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଖବରପାଇ ଘଟଗାଁ ଏସଡିପିଓ ଓ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ସହ ତଦନ୍ତ ଜାରି ରଖିଛନ୍ତି ।
