ପୋଲିସ କର୍ମଚାରୀ ଙ୍କ ସଫେଇ ଅଭିଯାନ ଥାନା ଆଇଆଇସି ଙ୍କ ସହ ଅନ୍ୟ କର୍ମଚାରୀ ସଫେଇ କଲେ।
କୋରାପୁଟ : ବୋରିଗୁମ୍ମା ସହର ର ଆୟତନ ଦିନ କୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାର ସଫେଇ ଗ୍ରାମ ପଞ୍ଚାୟତ ଠିକ ଭାବେ ହେଉ ନଥିବା ଅଭିଯୋଗ ହେଉଛି।ଚଳିତ ବର୍ଷ ଦଶହରା ଶେଷ ହେବାପରେ ପରେ ଦୁଇ ଦୁଇଟି ଜାତୀୟ ରାଜପଥ ରେ କୁଡ଼ କୁଡ଼ ଅଳିଆ ପଡି ରହିଥିଲା।ଏହାକୁ ସଫା କରିବା ନିମନ୍ତେ ବୋରିଗୁମ୍ମା ପଂଚାୟତ କର୍ମଚାରୀ ଧ୍ୟାନ ଦେଉ ନଥିଲେ।ଥାନା ସାମନା ଜାତୀୟ ରାଜପଥ ଟି ଅଳିଆ ଆବର୍ଜନା ରେ ପୋତି ହୋଇ ରହିଥିଲା।ଥାନା ପକ୍ଷରୁ ପଞ୍ଚାୟତ କର୍ମଚାରୀ ଙ୍କୁ ସଫେଇ ପାଇଁ ଯେତେ କହିଲେ ବି କେହି କର୍ଣ୍ଣପାତ କଲେ ନାହିଁ।ଶେଷରେ ଥାନା ଆଇଆଇସି ଖିରେଶ୍ୱର ସାହୁ ଙ୍କ ନେତୃତ୍ୱରେ ଥାନା ର ସମସ୍ତ କର୍ମଚାରୀ ମାନେ ହାତରେ ଝାଡୁ ଧରି ସଫେଇ କାର୍ଯ୍ୟ କରିଥିଲେ।ନିଜେ ଥାନା ଆଇଆଇସି ଶ୍ରୀ ସାହୁ ହାତରେ ଝାଡୁ ଧରି ସଫେଇ କାର୍ଯ୍ୟ କରିଥିଲେ।ସୁଯ୍ୟଭାନୁ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ଛକ ପର୍ଯ୍ୟନ୍ତ ଅଳିଆ ଆବର୍ଜନା ସଫା କରିବା ସହ ଥାନା ପକ୍ଷରୁ ରାସ୍ତା ପାର୍ଶ୍ଵରେ ବ୍ଲିଚିଂ ପାଉଡର ସିଞ୍ଚନ କରିଥିଲେ।ଥାନା ପକ୍ଷରୁ ସଫେଇ ଅଭିଯାନ କୁ ସାଧାରଣ ରେ ବେଶ ପ୍ରଶଂସା କରାଯାଇଥିବା ବେଳେ ପଞ୍ଚାୟତ ର ସଫେଇ ଅଭିଯାନ ଫେଲ ମାରିଛି ବୋଲି ସହରରେ ଚର୍ଚ୍ଚା ହେଉଛି।ବୋରିଗୁମ୍ମା ସଦର ମହକୁମା ରେ ଯଦି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ତେବେ ଗ୍ରାମାଞ୍ଚଳରେ ପରିମଳ ବ୍ୟବସ୍ଥା କିପରି ହୋଇଥିବ, ତାହା ସହଜେ ଅନୁମେୟ।ବୋରିଗୁମ୍ମା ସହର ର କୌଣସି ନାଳ ନର୍ଦମା ସଫା ହୋଇ ପାରୁ ନ ଥିବା ବେଳେ ବହୁ ସମୟରେ ରାସ୍ତା ଘାଟ ରେ କୁଡ଼ କୁଡ଼ ଅଳିଆ ଜମା ରହୁଥିବା ଦେଖୁବାକୁ ମିଳିଛି।ପ୍ରଶାସନ ସଫେଇ କାର୍ଯ୍ୟ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।ସଫେଇ କାର୍ଯ୍ୟକ୍ରମ ରେ ଅତିରିକ୍ତ ଥାନା ଅଧିକାରୀ ଡମୁ ପରଜା,ଏଏସଆଇ ସଞ୍ଜୟ କୁମାର ମଣ୍ଡଳ,ପଦ୍ମ ଲୋଚନ ନାୟକ,ସୁବାସ ଷଡ଼ଙ୍ଗୀ,ହାବିଲଦାର ଦିବ୍ୟ ରଞ୍ଜନ ନାୟକ ଓ ଅନ୍ୟ କର୍ମଚାରୀ ମାନେ ଭାଗ ନେଇଥିଲେ।
