ଚୋରୀ ସୁନା ଜବତ,ଜଣେ ଗିରଫ।
କୋରାପୁଟ : ବୋରିଗୁମ୍ମା ସହର ଉପକଣ୍ଠରେ ଥିବା କେନ୍ଦୁଗୁଡା ଗ୍ରାମରୁ ଚୋରି ହୋଇଥିବା ସୁନା କୁ ଜବତ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ବୋରିଗୁମ୍ମା ପୋଲିସ।ପୋଲିସ ସୂଚନା ଅନୁସାରେ କେନ୍ଦୁଗୁଡା ଗ୍ରାମରେ ବିଷ୍ଣୁପ୍ରିୟା ସାହୁ ଙ୍କ ଘର ଭିତରେ ଦୁଇ ଦୁର୍ବୃତ୍ତ ପଶି ତାଙ୍କ ବେକରେ ଥିବା ସୁନା ମାଳି କୁ ଜୋର ଜବରଦସ୍ତ ଛିଣ୍ଡାଇ ନେଇ ଯିବାକୁ ଚେଷ୍ଟା କରିଥିଲେ।ଏହି ସମୟରେ ମହିଳା ଜଣଙ୍କ ପାଟି କରିବା ପରେ ଗ୍ରାମବାସୀ ଏକାଠି ହୋଇ ଜଣେ ଦୁର୍ବୃତ୍ତ କୁ କାବୁ କରିଥିବା ବେଳେ ଆଉ ଜଣେ ଫେରାର ହୋଇଥିବା ଜଣାପଡିଛି।ମୁଖ୍ୟ ଅଭିଯୁକ୍ତ ର ନାମ ତୁଳାରାମ ଭତ୍ରା ଘର ଝିଲିମିଲି ଗ୍ରାମରେ ବୋଲି ପୋଲିସ ସୂଚନା ଦେଇଛନ୍ତି।ଏନେଇ ବିଷ୍ଣୁପ୍ରିୟା ସାହୁ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଙ୍କ ନିକଟ ରୁ ମହିଳା ଙ୍କ ଚୋରୀ ହୋଇଥିବା ୯ ଗ୍ରାମ ସୁନା କୁ ଜବତ କରିବା ସହ ତୁଲାରାମ ଭତ୍ରା କୁ ଗିରଫ କରାଯାଇଛି ବୋଲି ଥାନା ଆଇଆଇସି ଖିରେଶ୍ୱର ସାହୁ ସୂଚନା ଦେଇଛନ୍ତି।ଏନେଇ ଥାନାରେ ଏକ ମାମଲା କେସ ନମ୍ବର ୧୬୨ /୨୨ ଦଫା ୪୫୭,୩୯୪,୩୪ ରୁଜୁ କରାଯାଇଛି ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।ଅନ୍ୟ ଏକ ଅଭିଯୁକ୍ତ କମୁଳୁ ବିଶୋଇ ଫେରାର ରହିଥିବା ଜଣାଯାଇଛି।ପୋଲିସ ଚୋରୀ ହୋଇଥିବା ଜବତ ମୋଟ ୯ ଗ୍ରାମ ସୁନା କୁ ଅଭିଯୋଗକାରିଣୀ ବିଷ୍ଣୁପ୍ରିୟା ସାହୁ ଙ୍କୁ ଫେରସ୍ତ କରାଯାଇଥିବା ଥାନା ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି।
