ପୋଖରୀରେ ବୁଡ଼ି ଶିଶୁ ମୃତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା ସୟା ପଞ୍ଚାୟତ ଅଧୀନ ତଳବନ୍ଧ ଗ୍ରାମର ଜଣେ ଶିଶୁ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାଯାଇଛି । ପ୍ରକାଶ ଯେ ରବିବାର ଅପରହ୍ନରେ ତଳବନ୍ଧ ଗ୍ରାମର ବୁଦ୍ଧିରାମ ନାୟକଙ୍କ ୨ବର୍ଷର ଶିଶୁକନ୍ୟା ପ୍ରତ୍ୟାଶା ଖେଳୁଥିବା ସମୟରେ ଘର ନିକଟସ୍ତ ଏକ ପୋଖରୀରେ ପଡ଼ି ଯାଇଥିଲା । ଘର ଲୋକ ଶିଶୁକୁ ଖୋଜାଖୋଜି କରିବା ପରେ ପୋଖରୀରୁ ପ୍ରତ୍ୟାଶାକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ତିହିଡ଼ି ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।
