ମୁଖ୍ୟମନ୍ତ୍ରୀ ରାଉରକେଲାରେ ଦେଖିଲେ ପ୍ରଥମ ମ୍ୟାଚ
ରାଉରକେଲା : ରାଉରକେଲାରେ ହକି ବିଶ୍ୱକପ ହେଉଥିବା ବେଳେ ଆଜି ଏହି ନୁଆ ଷ୍ଟାଡିୟମରେ ବସି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭାରତ ଓ ସ୍ପେନ ଭିତରେ ଚାଲିଥିବା ମ୍ୟାଚକୁ ଦେଖିଛନ୍ତି । ହଜାର ହଜାର ଦର୍ଶକ ଙ୍କ ଭିତରେ ଉଭୟ ମୁଖ୍ୟମନ୍ତ୍ରୀ ବେଶ ମଜା ନେଇଥିବା ଦେଖାଯାଇଛି, ମୁଖ୍ୟ ମନ୍ତ୍ରୀଙ୍କୁ ଭିତରେ ଦେଖି ଉଭୟ ଖେଳାଳୀ ଓ ଦର୍ଶକ ବେଶ ଉତ୍ସାହିତ ହୋଇଛନ୍ତି । ବାହାରେ ଏହି ଖେଳକୁ ନେଇ ଆତସବାଜି ର ପର୍ବ ଚାଲିବା ସହ ଷ୍ଟାଡିୟମ ଖାଲି ଇଣ୍ଡି ଇଣ୍ଡିଆ ରେ ଫାଟି ପଡୁଥିବାର ଦେଖାଯାଇଛି । ଆଜି ଅପରାହ୍ନ ୪.୪୫ରେ ନବୀନ ରାଉରକେଲା ବିମାନ ବନ୍ଦରରେ ଆସି ପହଁଚିଥିଲେ । ପରେ ସେଠାରେ ଉପସ୍ଥିତ ଥିବା ହକି ଇଣ୍ଡିଆର କର୍ମକର୍ତା ଅନେକ ବିଧାୟକ ତାଙ୍କୁ ସ୍ୱାଗତ କରିବା ସହ ଷ୍ଟାଡିଅମ ପରିସରରେ ଥିବା ହକି ଗ୍ରାମକୁ ପାଛୋଟିନେଇଥିଲେ । ପରେ ଆଜି ଆୟୋଜନ ସଂପର୍କରେ ପଚାରି ବୁଝିଥିଲେ । ଏଠାରେ ଆଜି ମୁଖ୍ୟମନ୍ତ୍ରୀ ମ୍ୟାଚ ଦେଖିସାରିବା ପରେ ନୁଆକରି ତିଆରି ହୋଇଥିବା ହକି ଗ୍ରାମରେ ରାତ୍ରୀ ଫଯାପନ କରିବେ ବୋଲି ଜଣାପଡିଛି ।
