ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଲାଗି ପୁଲିସିର ନୁଆ ନିୟମ ଯଦି ପାଳନ ହୁଏ ତେବେ ଆଗାମୀ ପିଢି ଚାକିରୀ ପାଇବା ଓ ବିଦେଶ ଗସ୍ତ ବନ୍ଦ ହୋଇଯିବ
ରାଉରକେଲା : ରାଜ୍ୟରେ ଜନସାଧାରଣ ଟ୍ରାଫିକ ନିୟମ ଉଲଂଘନ କଲେ ସେମାନଙ୍କୁ ତାଙ୍କ ମୋବାଇଲରେ ଜରିମାନା ଲାଗି ସୁଚନା ଆସୁଥିଲା,ହେଲେ ଆଉ ଆଗାମୀ ଦିନରେ ଜରିମାନା ଲାଗି ଆଉ ନୋଟିସ ଆସିବନି ସିଧାସଳଖ ମାମଲା କୋର୍ଟକୁ ଯିବ ସେଠାରେ ମାନ୍ୟବର ଅଦାଲତ ଦଣ୍ଡ ବିଧାନ କରିବା ଅନୁଶାରେ ଜରିମାନା ଆଦାୟ ହେବା ସହ କୋର୍ଟରେ ଦଣ୍ଡ ବିଧାନ ହେଲା ବୋଲି ନରେକର୍ଡ ରହିବା ସହ ରାଜ୍ୟରେ ଦଣ୍ଡବିଧାନର ପରିମାଣ ମଧ୍ୟ ବଢିବ, ଫଳରେ ଗୋଟାଏ ପାଖରେ ପୁଲିସି ତାର କନଭିକସନ ରେଟ କୁ ବଢାଇ ବାହା ବାହା ନେବା ବେଳେ ଯେଉଁ ମାନେ ଦଣ୍ଡିତ ହେବେ ସେମାନେ ଆଗାମୀ ଦିନରେ ଭିସା ପାସପୋର୍ଟ ଓ ନୁଆଚାକିରୀ ଲାଗି ସମସ୍ୟାର ସମ୍ମୁଖୀନ ହେବେ । ଏହି ନିୟମ ଜାନୁଆରୀ ମାସରେ ଲାଗୁ ହେବା ନେଇ ଆଲୋଚନା ଯୋର ଧରିଥିବା ବେଳେ ଏହା ପଛରେ ରାଜ୍ୟ ପୁଲିସିର କନଭିକସନ(ଦଣ୍ଡବିଧାନ) ହାର ବଢାଇବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଖବର ମିଳିଛି । ଅନ୍ୟ ରାଜ୍ୟ ଗୁଡିକରେ ପୁଲିସି ଅଭିଯୁକ୍ତମାନଙ୍କ ବିରୋଧରେ ସମସ୍ତ କାଗଜ ପତ୍ର ସଠିକ ହିସାବରେ ଦାଖଲ କରି ଅଦାଲତରେ କନଭିକସନ ହାର କୁ ୩୦ ରୁ ୫୦ ପ୍ରତିଶତ ରଖିପାରୁଥିବା ବେଳେ ଓଡିଶାରେ ଦଣ୍ଡ ହାର ମାତ୍ର ୭ପ୍ରତିଶତରେ ରହିଯାଇଛି । କାରଣ ରାଜ୍ୟରେ ପୁଲିସି ମାମଲା କରୁଛି ହେଲେ ସଠିକ କାଗଜ ପତ୍ର ଦେବାରେ ବିଫଳ ଅଧିକ ହେଉଛି ତେଣୁ ଦଣ୍ଡ ହାର ଓଡିଶାରେ କମିଚାଲିଛିା ତେଣୁ ଜାନୁଆରୀ ମାସ କିମ୍ବା ମାସ ଶେଷ ପରେ ଯଦି ଏହି ନିୟମ ଲାଗୁ ହେଲା, ଜୀବନରେ ଆଇଏ ଏସ,ଆଇପିଏସ,ଠାରୁ ନାନା ଚାକିରୀ ଆଶା ନେଇ ପାଠ ପଢୁଥିବା ମେଧାବୀ ଛାତ୍ର ଛାତ୍ରୀ ଏହି ନିୟମ ବଳରେ ବଳି ପଡିଜିବେ ସେମାନଙ୍କ ଭବିଶ୍ୟତ ଅନ୍ଧକାର ହୋଇଜିବ ,ଏହି ନିୟମ ଖୁବ ଶିଘ୍ର ରାଉରକେଲାରେ ଲାଗୁ ହେବାକୁ ଯାଉଥିବା ନେଇ ବିଶେଷ ସୁତ୍ରରୁ ଜଣାପଡିଛି ତେଣୁ ଲୋକେ ଏବେ ଚାନିଆ । କାରଣ ଗାଁ ଗହଳି ଠାରୁ ସହର ଯାଏ ପ୍ରାୟ ପ୍ରତିଟି ପିଲା ଗାଡି ଖଣ୍ଡେ ଧରି ଯାତାୟତ କରିଥାଏ, କେତେ ବେଳେ ହେଲମେଟ ନଥାଏ ତ ଆଉ କେତେ ବେଳେ ଭୁଲ ଗାଡିଚାଳନା ଲାଗି ସେମାନଙ୍କୁ ତାଙ୍କ ମୋବାଇଲରେ ଫାଇନ ଦେବା ଲାଗି ସୁଚନା ଆସୁଥିଲା ଆଉ ସେମାନେ ଯାଇ ପୁଲିସି ମୁଖ୍ୟାଳୟରେ ଫାଇନ ଦେଉଥିଲେ .ପରେ ସେମାମଲା ସେହିଠାରେ ବନ୍ଦ ହୋଇଯାଉଥିଲା,କିନ୍ତୁ ନିକଟ ଭବିଶ୍ୟତରେ ଯେଉଁ ଆଇନ ଲାଗୁ ହେବାକୁ ଯାଉଛି ସେଥିରେ ଆଉ ସିଧାସଳଖ ଫାଇନ ନୁହେଁ ମାମଲା କୋର୍ଟକୁ ଜିବ ସେଠାରେ ଦଣ୍ଡ ବିଧାନ ଅନୁଶାରେ ଫାଇନଦେଇ ଆସିବାକୁ ପଡିବ ।ଏହା ଦ୍ୱାରା ଗାଡି ଚାଳକ ଦଣ୍ଡିତ ହେଲା ବୋଲି ରେକର୍ଡ ରହିବ । ସେହି ଚାଳକ ମାନେ ଯେତେବେଳେ ପାଠ ପଢିସାରି ଚାକିରୀ ପାଇବେ ସେତେବେଳେ ପୁଲିସି ଭେରିଫିକେସନ ଆସିବ ସେହି ଭେରିଫିକେସନ ବେଳେ ଦେଖା ଜିବ ସଂପୃକ୍ତ ବ୍ୟକ୍ତି କୋର୍ଟରେ ଦଣ୍ଡିତ ହୋଇଛି ,ଫଳରେ ଚାକିରୀ ଲାଗି ସୁଯୋଗ ସେହିଠାରେ ସରିଜିବ କିମଦବା ସେତେବେଳେ ପରିସ୍ଥିତିର ଫାଇଦା ଉଠାଜିବ ତାହା ସମୟ କହିବ । ଖାଲି ସେତିକି ନୁହେଁ ଭିସା ପାସପୋର୍ଟ ଲାଗି ଲୋକେ ଅନୁରୁପ ଭାବେ ସମସ୍ୟାରେ ପଡିବାକୁ ଯାଉଥିବା ଜଣା ପଡିଛି । ତେବେ ଏନେଇ ପୁଲିସି ମୁଖ୍ୟାଲରୁ କିଛି ଏସପି ମାନଙ୍କୁ ଜଣାଇଦିଆ ସରିଛି,କେବଳ ସେମାନେ କେବେ ଏହାକୁ କାର୍ଯ୍ୟକାରୀ କରିବେ ତାକୁ ଅପେକ୍ଷା କରାଯାଇଛି । ମୋଟା ମୋଟି ରାଜ୍ୟ ପୁଲିସି ତାର ଦଣ୍ଡ ବିଧାନ ହାରକୁ ବଢାଇବା ଲାଗି ଏଭଳି ଯୋଜନା ପ୍ରସ୍ତୁତ କରିଚି ଯାହା ସାଧାରଣ ଜନତାଙ୍କ ଲାଗି କାଳ ହେବାକୁ ଯାଉଛି । ରାଉରକେଲାରେ ବିଶ୍ୱ ହକି ପରେ ଏହା ଲାଗୁ ହେବାକୁ ଯାଉଥିବା କୁହାଯାଉଥିବାରୁ ଏନେଇ ଆଉଥରେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ଚାଲିଛି ।
