ବିକଶିତ ରାଷ୍ଟ୍ରଲାଗି ଦୁର୍ନିତୀମୁକ୍ତ ଭାରତ ଗଠନର ଆହ୍ୱାନ
ଜଳେଶ୍ୱର : ଦୁର୍ନିତୀମୁକ୍ତ ଭାରତ ଗଠନ ସପ୍ତାହ ଅବସରରେ ଜଳେଶ୍ୱର ବ୍ଲକ ଗୋବରଘଟା ପଂଚାୟତରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଭିଏଲ୍ଡବ୍ଲୁ ସିଲୁ କୁମାର ସାହା, ଜିଆର୍ଏସ୍ ଶକ୍ତିଧର ଘୋଷ ଯୋଗଦେଇ ପୃଥିବୀରେ ଯେଉଁ ଦେଶ ଯେତେ ଦୁର୍ନିତୀମୁକ୍ତ ସେ ଦେଶ ସେତେ ବିକଶିତ ହୋଇ ପାରିଛି ବୋଲି କହିଥିଲେ । ସରପଂଚ ମିନତୀ କର ଯୋଗ ଦେଇ ରାଜ୍ୟ ତଥା ଦେଶରେ ଦୁର୍ନିତୀ ବଢି ବଢି ଚାଲୁଥିବାରୁ ଏହା ଭବିଶ୍ୟତ ନାଗରିକଙ୍କ ଲାଗି ମାରାତ୍ମକ ପରିସ୍ଥିତି ସୃଷ୍ଟି କରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତର ଆଶା କର୍ମୀ, ଅଂଗନୱାଡି କର୍ମୀ ଓ ୱାର୍ଡ ସଭ୍ୟ/ସଭ୍ୟା, ଜନସାଧାରଣ ଯୋଗଦେଇ ଦୁର୍ନିତୀମୁକ୍ତ ସମାଜ ଗଠନ ଲାଗି ଶପଥପାଠ କରିଥିଲେ ।
